fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା- ‘SCBରେ ଇକମୋ ଚିକିତ୍ସା ମାଗଣା’

ଭୁବନେଶ୍ୱର, (ଓଡିଶା ଭାସ୍କର): କଟକ ଏସସିବିରେ ଆଜି ଇକମୋ ଚିକିତ୍ସାର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କଟକ ଏସସିବି ପୂର୍ବ ଭାରତର ଇକମୋ ହବ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଏହି ଚିକିତ୍ସା ବହୁତ ମହଙ୍ଗା ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଯୋଗାଇଦେବେ । ଏଥିରେ ଯାହା ବି ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ ।’

ଏହା ସହ ଦେଶର ପ୍ରଥମ ମାଗଣା ଇକମୋ ଚିକିତ୍ସା କେନ୍ଦ୍ର ହୋଇଛି ଏସସିବି । ତୃତୀୟ ଲହର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡିବ । ବର୍ତ୍ତମାନ କଟକଣା କୋହଳ କରାଯାଇଛି, କିନ୍ତୁ ଦୁଃଖ ଦୂର ହୋଇନାହିଁ । ଏଥିରେ ପିଲାମାନେ ଅଧିକ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ନିୟମକୁ କଡ଼ାକଡ଼ି କରିବାକୁ ହେବ । ଏଥିପାଇଁ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.