fbpx

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଲକ୍ଷ ଟଙ୍କାର ସହାୟତା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଦ୍ଧାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି । କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ କରୁଣାକର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଶେରଗଡ଼ର ନିବାସୀ କରୁଣାକର ‘ଅନୁପମ ଭାରତ’ରେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ଗତ ଏପ୍ରିଲ ମାସରେ କରୋନାରେ ହୋଇଥିଲା । କରୁଣାକର ହିଞ୍ଜିଳି କୋଭିଡ୍ ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ୫୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଏପ୍ରିଲ ମାସରେ ସରକାର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ପରି ସମ୍ମୁଖ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ । ପରେ କରୋନାରେ ସଂକ୍ରମିତ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.