ଅସୁସ୍ଥ ଟିଟିଲାଗଡ଼ ବିଧାୟକ ନବୀନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୫: ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଅସୁସ୍ଥ ଥିବାରୁ ସେ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଶନିବାର ଟେଲିଫୋନ ଯୋଗେ ଜୈନଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି, କିନ୍ତୁ ରିପୋର୍ଟ ସୂଚିତ କରୁଛି ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସାଧାରଣ ଏବଂ ରାଜନୈତିକ ମହଲରେ ଚିନ୍ତା ପ୍ରକାଶ ପାଇଛି । ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି।