fbpx

୨ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୭ (ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ୫୭୦ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ଜୀବନ ନେଇଛି କରୋନା । ଏହାର କବଜାରୁ ବର୍ତ୍ତିନାହାନ୍ତି ରାଜ୍ୟର ବିଧାୟକ । ଉଭୟ ନିଳଗିରି ଓ ସାଲେପୁର ବିଧାୟକ ଏହାର କବଜାରେ ଆସି ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ୨ ବିଧାୟକଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ନୀଳଗିରି ବିଧାୟକ ଓ ସାଲେପୁର ବିଧାୟକଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ନବୀନ । ଫୋନରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଆଶୁ କାମନା କରିଛନ୍ତି ।

Get real time updates directly on you device, subscribe now.