ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କିଷାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୭୭ ଲକ୍ଷ କିଷାନଙ୍କ ଖାତାକୁ ୧୫୪୦ କୋଟି ଟ୍ରାନ୍ସଫର କରାଯିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୧.୩୦ ମିନିଟ୍ ସମୟରେ ଏହି ରାଶି ଟ୍ରାନ୍ସଫର କରିବେ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ କଲ୍ୟାଣ ଯୋଜନାରେ ପ୍ରତ୍ୟେକ ବର୍ଷ ୪ ହଜାର ଟଙ୍କା ଲେଖାଏଁ କିଷାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ସହାୟତା ରାଶି ବର୍ଷକୁ ଦୁଇଥର ଦିଆଯାଇଥାଏ । ତେବେ ଏହି କାର୍ଯ୍ୟକ୍ରମରେ କିଷାନ, ଅଧିକାରୀ ଓ ଜନପ୍ରତିଧିମାନେ ଭର୍ଚୁଆଲ ମୋଡ଼ରେ ସାମିଲ୍ ହେବେ । ତେବେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ‘ଆପକା ରାଶନ ଆପକେ ଦ୍ୱାର’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୮୯ ଆଦିବାସୀ ବ୍ଲକର ୭୫୧୧ ଗ୍ରାମରେ ସରକାରୀ ରାଶନ ବିତରଣ ପ୍ରକ୍ରିୟାର ଆରମ୍ଭ ହେବ । ଆଦିବାସୀମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସେମାନଙ୍କୁ ଘରେ ଘରେ ରାଶନ ଦିଆଯାଉଛି । ତେବେ ଏଥିପାଇଁ କ୍ୟାବିନେଟରେ ୫ ହଜାର କୋଟି ମଞ୍ଜୁରୀ କରାଯାଇଥିବା ଜଣାପଡ଼ିଛି ।