fbpx

ଏହି ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଲକ୍ଷ୍ନୌ, ୯ା୪ (ଓଡିଶା ଭାସ୍କର): ଦେଶରେ କରୋନା ସଂକମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ଏଥିରୁ ବାଦ୍ ପଡିନି ଉତ୍ତରପ୍ରଦେଶ । ଏହି ରାଜ୍ୟର କିଛି ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଘୋଷଣା କରିଛନ୍ତି । ଶୁକ୍ରବାର ଏକ ବୈଠକ କରି ସେ କହିଛନ୍ତି ଯେ, ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ ଆଦି ସ୍ଥାନରେ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଏଥିରେ ରୋକ୍ ଲଗାଇବା ପାଇଁ ସବୁ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ।

କର୍ମଚାରୀ ମାନଙ୍କ ସୁରକ୍ଷା ପାଇଁ ମାସ୍କ ପିନ୍ଧିବା ସାମାଜିକ ଦୁରତା ଅବଲମ୍ବନ କରିବା ସହିତ କୋଭିଡ୍ ର ସମସ୍ତ ପ୍ରୋଟୋକଲ୍ ମାନିବେ । ଖାଲି ସେତିକି ନୁହେଁ ଯେଉଁ ଅଫିସ୍ ମାନଙ୍କରେ ଅଧିକ କର୍ମଚାରୀ ଅଛନ୍ତି ସେମାନେ ସିଫ୍ଟ ଅନୁସାରେ କାମ କରିବେ । ଯଦି ସମ୍ଭବ ହେବ ତେବେ କର୍ମଚାରୀ ମାନେ ୱାର୍କ ଫ୍ରମ୍ ହୋମ୍ ବି କରିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସୁଚନାଯୋଗ୍ୟ, ୟୁପିରେ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ କରୁଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଅଧିକାଂଶ ସଂକ୍ରମିତ ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀରୁ ହିଁ ଚିହ୍ନଟ ହୋଇଛନ୍ତି । ଏବେ ବି ଉତ୍ତରପ୍ରଦେଶରେ ଆକ୍ଟିଭ୍ କେସ୍ ୩୯ ହଜାର ୩୩୮ ରହିଛି । ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.