fbpx

UP ନିର୍ବାଚନ ପୂର୍ବରୁ ଭାଇରାଲ୍ ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ Video

ନୂଆଦିଲ୍ଲୀ: ଆଜି ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେଉଛି । ପ୍ରାଥମିକ ସ୍ତରରେ ୧୧ଟି ଜିଲ୍ଲାରେ ୫୮ଟି ସିଟରେ ଭୋଟ ଗ୍ରହଣ କରାଯିବ । ତେବେ ଭୋଟିଂ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯୋଗୀ ମତଦାତାଙ୍କୁ ଭୋଟ ପାଇଁ ଅପିଲ୍ କରିବା ସହ ନିଜ ସରକାରର ଗୁଣଗାନ କରିଛନ୍ତି ।

ଭିଡିଓରେ ଯୋଗୀ କହୁଛନ୍ତି ଯେ, ଆପଣମାନଙ୍କ ପାଇଁ ବର୍ତ୍ତମାନ ନିର୍ଣ୍ଣୟ କରିବାର ସମୟ ଆସିଯାଇଛି । ଗତ ୫ ବର୍ଷର ଶାସକ କାଳ ମଧ୍ୟରେ ଡବଲ୍ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ କ’ଣ ଦେଇଛି ତାହା ଆପଣମାନେ ସ୍ଥିର କରନ୍ତୁ । ଅପରାଧିକ, ଗୁଣ୍ଡାଶ୍ରେଣୀର ଲୋକଙ୍କଠାରୁ ଆପଣମାନେ ଆସନ୍ତା ୫ ବର୍ଷରେ କିପରି ଭୟମୁକ୍ତ ଭାବେ ରହିପାରିବେ ସେନେଇ ସ୍ଥିର କରନ୍ତୁ । ଆପଣମାନେ ଯଦି ଭୁଲ୍ କରିବେ, ତେବେ ୟୁପି ମଧ୍ୟ କଶ୍ମୀର, ବେଙ୍ଗାଲ ଓ କେରଳରେ ପରିଣତ ହେବାକୁ ବିଳମ୍ବ ହେବ ନାହିଁ । ଆପଣମାନେ ମୋତେ ପୁଣି ୫ ବର୍ଷ ପାଇଁ ଆଶିର୍ବାଦ କରନ୍ତୁ । ମୋ ଶାସନ କାଳରେ ରାଜ୍ୟରେ ଗୋଟିଏ ବି ଘୋଟାଲା କି ଭ୍ରଷ୍ଟାଚାର ହୋଇନାହିଁ । ଆଜି ୟୁପି ଗୁଣ୍ଡା, ବଦମାସ, ଦାଗୀଙ୍କ କବଳରୁ ମୁକ୍ତ ରହିଛି । ତେଣୁ ମୁଁ ଆଜି ଆପଣମାନଙ୍କୁ ଭୋଟ ମାଗୁନାହିଁ, ଏହା ମୋତେ ଶୋଭା ଦେବନି । ନିର୍ଣ୍ଣୟ ଆପଣଙ୍କ ହାତରେ ।

Get real time updates directly on you device, subscribe now.