fbpx
BSKY
BJD MS SKY
BJD YOUTH SKY

ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭିନୋଇ, ବ୍ରେନ ଷ୍ଟୋକରେ ପାଇଁ ଗଲା ଜୀବନ

ନୂଆଦିଲ୍ଲୀ :ଗାଜିଆବାଦର କୌଶାବିସ୍ଥିତ ଯଶୋଦା ହସ୍ପିଟାଲର ପିଆରଓ ରାହୁଲ ସାହନିଙ୍କ ସୂଚନାନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିନୋଇ ରାଜେନ୍ଦ୍ର ସିଂ ଚୌଧୁରୀଙ୍କ ମୁତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହେଇଥିବାର ସୂଚନାମିଳିଛି। ତେବେ ତାଙ୍କର ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାମୁତାବକ ରବିବାର ଦିନ ପ୍ରାୟ ୮.୩୦ ସମୟରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ନ୍ୟୁରୋ ଚିକିତ୍ସକ ଡ ସୁମନ୍ତୋ ଚାଟାର୍ଜୀ, ଡ଼ାକ୍ତର ଡ ଅଂଶୁମାନ ତ୍ୟାଗୀ , ହୃଦ୍‌ରୋଗ ବିଶେଷଜ୍ଞ ଡ ଧିରେନ୍ଦ୍ର ସିଙ୍ଘାନିଆ ଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଏହି ଡାକ୍ତରଖାନାରେ ରଖାଯାଇଥିଲା। ତାଙ୍କର ବ୍ରେନ ଡେଡ଼ ହେବାରୁ ସମ୍ପର୍କୀୟମାନେ ତାଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଡାକ୍ତରଖାନାରୁ ଘରକୁ ନେଇ ଯାଇଥିଲେ। ସେ ରାଜନଗରରେ ଥିବା ତାଙ୍କ ଘରେ ଭେଣ୍ଟିଲେଟରରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

Get real time updates directly on you device, subscribe now.