fbpx

ଆଲାହାବାଦ୍ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରୋକ୍ ; ଲାଗିବ ନାହିଁ ଲକଡାଉନ୍

ଉତ୍ତରପ୍ରଦେଶ ୨୦ ।୪ (ଓଡିଶା ଭାସ୍କର) : ଉତ୍ତରପ୍ରଦେଶର ୫ ଟି ସହରରେ ଲାଗୁହେବ ନାହିଁ ଲକଡାଉନ୍ । ଆଲାହାବାଦ୍ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରୋକ ଲାଗାଇଛନ୍ତି । ଉତ୍ତରପ୍ରଦେଶ ସରକାର ଆଲାହାବାଦ୍ କୋର୍ଟ ଲାଗାଇଥିବା ୫ ଟି ସହର ଉପରେ ଲକଡାଉନ୍ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଥିରେ ସୁପ୍ରିମ କୋର୍ଟ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦେକ୍ଷପ ବିଷୟରେ ଏକ ସପ୍ତାହ ମଧ୍ୟରେ ଆଲାହାବାଦ୍ ହାଇକୋର୍ଟରେ ରିପୋର୍ଟ ଦେବେ ।

ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଅଧିକ ସଂଖ୍ୟକ କରୋନା ସଂକ୍ରମଣ ବଢୁଥିବାରୁ ପ୍ରୟାଗରାଜ,ଲକ୍ଷ୍ନୌ, କାନପୁର, ବାରାଣସୀ ଏବଂ ଗୋରଖପୁରରେ ୨୬ ଏପ୍ରିଲ୍ ଯାଏ ଲାକଡାଉନ୍ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ଏତେ ଭୟାଭୟ ଜାଣିବି ସରକାର ପ୍ରଥମରୁ କଣ ପାଇଁ ସାବଧାନ ନଥିଲେ । ଲୋକଙ୍କର ମୃତ୍ୟୁ ହେଉଛି ଏହାସହ ହସ୍ପିଟାଲରେ ୧୦ ପ୍ରତିଶତ ଚିକିତ୍ସାର ସୁବିଧା ନାହିଁ । ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଏସବୁ ଭିତରେ ସରକାର କେବଳ ନାଇଟ୍ କର୍ଫ୍ୟୁ କରିଦେଲେ କିଛି ଲାଭ ନାହିଁ ।

 

Get real time updates directly on you device, subscribe now.