fbpx

ସିଏମ୍‌ସି ନିର୍ବାଚନ: ସଂନ୍ଧ୍ୟାରେ ସରିବ ପ୍ରଚାର, ଶେଷ ଦିନରେ ଦମ୍‌ ଦେଖାଇବେ ପ୍ରାର୍ଥୀ

କଟକ(ଭାସ୍କର ନ୍ୟୁଜ୍‌):   ଆଜି ସନ୍ଧ୍ୟାରେ ସରୁଛି  ଚଳିତ ପୌର ନିର୍ବାଚନ ପ୍ରଚାର। ଆସନ୍ତା ୨୪ ତାରିଖରେ ନିର୍ବାଚନ ଥିବାରୁ ପ୍ରାର୍ଥମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋରସୋରରେ ଆରମ୍ଭ ହୋଇଛି । ବିଶେଷ କରି ବିଭିନ୍ନ ଦଳର ପ୍ରାର୍ଥୀମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରିଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ଯୋଗାଡ କରି ଦଳୀୟ ପତାକା ଧରି ୱାର୍ଡ ପରିକ୍ରମା କରୁଛନ୍ତି ।

ଚଳିତ ନିର୍ବାଚନରେ ପ୍ରମୁଖ ତିନି ଦଳ ପାଇଁ କଟକ ମହାନଗର ନିଗମର ସମସ୍ତ ୱାର୍ଡ ଫୋକସ୍‌ରେ ରହିଛି । ସେହିପରି ମେୟର୍‌ ପଦବୀ ନିମନ୍ତେ ବିଜୁ ଜନତା ଦଳ, କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ବିଭିନ୍ନ ସମାବେଶ, ଅଟୋ, ରିକ୍‌ସାରେ ପ୍ରଚାର, ନିଜ ସପକ୍ଷରେ ପ୍ରଚାର ପତ୍ର ବଂଟନ କରି ପ୍ରାଣମୁର୍ଛା ଉଦ୍ୟମ ଜାରି ରଖିଛନ୍ତି । ମେୟର୍‌ ପଦବୀ ନିମନ୍ତେ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ତିନି ପ୍ରମୁଖ ଦଳ ଗଡ ଜିଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନାଳ, ନର୍ଦ୍ଧମା, ମଶା, ଜାଇକା, ରାସ୍ତାଘାଟ ଆଦି ପ୍ରସଙ୍ଗକୁ ବିଜେପି ଫୋକସ୍‌ କରିଥିବାବେଳେ ମହାନଗର ନିଗମର ବିଭିନ୍ନ କାର୍ଯ୍ୟରେ ହେଉଥିବା ଦୁର୍ନିତି, କଟକ ସହରର ପ୍ରମୁଖ ଜଳବନ୍ଦୀ ସମସ୍ୟାକୁ କଂଗ୍ରେସ ଗୁରୁତ୍ୱ ଦେଇଛି । ଅନ୍ୟପକ୍ଷରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱଚ୍ଛ ଶାସନ କଟକର ପ୍ରଗତି, ଉନ୍ନୟନମୂଳକ କାର୍ଯ୍ୟକୁ ଫୋକସ୍‌ରେ ରଖିଛି ।

Get real time updates directly on you device, subscribe now.