fbpx

ପେଟ୍ରୋଲ-ଡିଜେଲ ପରେ ବଢ଼ିଲା ସିଏନଜି ଇନ୍ଧନ ମୂଲ୍ୟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ପରେ ସିଏନଜି ଇନ୍ଧନର ମୂଲ୍ୟ ବଢ଼ିଛି । ସିଏନଜି ଇନ୍ଧନ କେଜି ପିଛା ୨ ଟଙ୍କା ୫ ପଇସା ବୃଦ୍ଧି କରିଛି ଆଇଜିଏଲ । ଦିଲ୍ଲୀରେ ଆଜିଠାରୁ ସିଏନଜି କେଜି ପିଛା ୬୪.୧୧ ପଇସା ବୃଦ୍ଧି ହୋଇଛି ।

ଅନ୍ୟପଟେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ-ଡିଜେଲ ଦରରେ ଲିଟର ପିଛା ୪୦ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ଏବେ ଲିଟର ପିଛା ପେଟ୍ରୋଏ ଦର ୧୦୩.୮୧ ଟଙ୍କା ଥିବା ବେଳେ ଡିଜେଲ ୯୫ ଟଙ୍କାରେ ପହଞ୍ଚିଛି । ଏହା ସହ ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୯ ଟଙ୍କା ଓ ଡିଜେଲ ୧୦୩ ଟଙ୍କା ମହଙ୍ଗା ହୋଇଛି । ସେହିପରି ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୧ ଟଙ୍କା ହୋଇଛି । କୋଲାକାତାରେ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୮.୨୨ ଟଙ୍କ ହୋଇଛି ।

Get real time updates directly on you device, subscribe now.