ନୂଆଦିଲ୍ଲୀ: ଦିନକୁ ଦିନ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଚୋରାଚାଲାଣର ମାମଲା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀ ଓଏଓ ବିମାନବନ୍ଦର କଷ୍ଟମ ବିଭାଗକୁ ମିିଳିଛି ବଡ଼ ସଫଳତା । ବିମାନବନ୍ଦରରୁ କଷ୍ଟମ ବିଭାଗ ଦୁଇ ବିଦେଶୀ ନାଗରିକଙ୍କୁ କୋକେନ୍ ଚୋରାଚାଲାଣ ମାମଲାରେ ଗିରଫ କରିଥିବା ଜଣାପଡ଼ିଛି ।
କଷ୍ଟମ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡିସେମ୍ବର ୧୧ ତାରିଖ ଦିନ IGI ବିମାନବନ୍ଦରରେ ବ୍ରାଜିଲର ଦୁଇ ଜଣ ନାଗରିକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ଏହି ସମୟରେ ସେମାନେ କିଛି ନିଶା ଦ୍ରବ୍ୟ କ୍ୟାପସ୍ୟୁଲ ଖାଇଥିବା ସ୍ୱୀକାର କରିଥିଲେ । ଏହା ପରେ ଯାତ୍ରୀଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଶରୀରକୁ ନିଶା ପଦାର୍ଥ ନିଷ୍କାସନ ପ୍ରକ୍ରିୟା ଚାଲିଥିଲା । ଏହି ସମୟରେ କଷ୍ଟମ ବିଭାଗ କର୍ମଚାରୀମାନେ ଉଭୟ ବ୍ରାଜିଲ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଥିଲେ । ଡାକ୍ତର ଯାତ୍ରୀଙ୍କ ଠାରୁ ମୋଟ୍ ୧୨୭ କ୍ୟାପସ୍ୟୁଲ ଜବତ କରିଥିଲେ ଯେଉଁଥିରୁ ୧୩୮୩ ଗ୍ରାମ ଧଳା ପାଉଡର ମଧ୍ୟ ସାମିଲ ଥିଲା । ଏହା କୋକେନ୍ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି କଷ୍ଟମ ଅଧିକାରୀ । ଏହି ପଦାର୍ଥର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ବ୍ରାଜିଲର ୨ ନାଗରିକଙ୍କୁ ଗିରଫ କରାଯାଇଥିଲା ।
🚨 1.383 kg Cocaine in the form of 127 capsules inside stomach seized at IGI Airport, New Delhi!
On 11.12.2024, Customs officers at IGI Airport, Terminal-3, New Delhi, intercepted a Brazilian national, Mr. Lucas Henrique De Oliveira Brito (D.O.B: 11.09.1996), who arrived from… pic.twitter.com/r1rDGMvgTn
— Delhi Customs (Airport & General) (@AirportGenCus) December 23, 2024