fbpx

କ୍ରିପ୍ଟୋକରେନ୍ସି ଗ୍ରାହକଙ୍କ ପାଇଁ ଖୁସି ଖବର: ଏହି ଆପ୍ ଲଞ୍ଚ କଲା ନୂଆ ଫିଚର୍

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସୀ ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏହା ଏଭଳି ଏକ ଭର୍ଚୁଆଲ କରେନ୍ସୀ ଯାହାର ଡିମାଣ୍ଡ ଗତ କିଛି ସମୟରେ ବଢ଼ିଛି । ଅନେକ ଲୋକ କ୍ରିପ୍ଟୋ କରେନ୍ସୀରେ ନିବେଶ କରି ମୋଟା ରକମ କମାଇଛନ୍ତି । ଏମିତିରେ ଯଦି ଆପଣ ମଧ୍ୟ ବିଟକଏନ, ଡଗୀ-କଏନ, ଶିବା କିମ୍ବା କୌଣସି କ୍ରିପ୍ଟୋକରେନ୍ସୀରେ ନିବେଶ କରିବାକୁ ଚାହୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଦରକାରୀ ହୋଇପାରେ ।

ପ୍ରକୃତରେ କଏନସ୍ୱିଚ୍ କ୍ରିପ୍ଟୋକରେନ୍ସୀରେ ନିବେଶ ପାଇଁ ରିକରିଙ୍ଗ ବାଏ ପ୍ଲାନ ଲଞ୍ଚ କରିଛି । ଏହି ସୁବିଧା ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ(ଏସଆଇପି) ଭଳି କାମ କରିଥାଏ । ନିକଟରେ ଆପ୍ ରେ ଏକ ନୂଆ ଫିଚର ମଧ୍ୟ ଲଞ୍ଚ କରାଯାଇଛି । ଯାହାର ନାମ ରହିଛି ରିସ୍କୋମିଟର । ଏହି ଫିଚର ନିବେଶକଙ୍କୁ କୌଣସି ଡିଜିଟାଲ କଏନରେ ନିବେଶ କରିବା ସମୟରେ ଏହା ସହ ଜଡ଼ିତ ରିସ୍କ ବିଷୟରେ କହିଥାଏ । ବର୍ତ୍ତମାନ ସମୟରେ କଏନସ୍ୱିଚ୍ କୁବେର ଭାରତର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସୀ ପ୍ଲାଟଫର୍ମ ହୋଇଛି । ଯାହାର ୧.୪ କୋଟି ୟୁଜର୍ସ ଅଛନ୍ତି ।

Get real time updates directly on you device, subscribe now.