fbpx

ଥରାଉଛି ଜାଡ଼: ୭ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ନେଇ ପୂର୍ବାନୁମାନ । ୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ରାତିରେ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ସମ୍ଭାବନା ।

ସେପଟେ ଶୀତ ଲହରକୁ ନେଇ ପାଣିପାଗ ବିଭାଗ ଗାଇଡଲାଇନ୍ ଜାରି କରିଛି । ପାଣିପାଗ ବିଭାଗ ଅନୁସାରେ, ଥଣ୍ଡା ବଢ଼ିବା ସହିତ ଲୋକଙ୍କୁ ଫ୍ଲୁ ଓ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଯିବ । ଯଦି ଆପଣ କମ୍ପିତ ହେଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହାର ଅର୍ଥ ଆପଣଙ୍କ ଶରୀରର ଉତ୍ତାପ କମ୍ ହେଉଛି । ଏପରି ପରିସ୍ଥିତିରେ ଆବଶ୍ୟକ ସମୟରେ ହିଁ ଘରୁ ବାହାରକୁ ବାହାରନ୍ତୁ ।

Get real time updates directly on you device, subscribe now.