ଆସନ୍ତା ୪ ଦିନ ପର୍ଯ୍ୟନ୍ତ କଲବଲ କରିବ ଶୀତ, ଘନ କୁହୁଡ଼ି ନେଇ ଏହି ୪ ଜିଲ୍ଲା ପାଇଁ ଆଲର୍ଟ ଜାରି
ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଏହିପରି ଭାବେ ଜାରି ରହିବ ଶୀତ।
ଭୁବନେଶ୍ୱର : ରାଜ୍ୟରେ କଲବଲ କରୁଛି ଶୀତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତ ଏହିପରି ଭାବେ ଜାରି ରହିବ ଶୀତ।
ସେପଟେ ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ଘନ କୁହୁଡ଼ି ହେବା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ବିଭାଗ।
ଆଜି ଏହି ୪ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ ନୟାଗଡ଼ରେ ଘନ କୁହୁଡ଼ି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଭିଜିବିଲିଟି ଖସିବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ।
ସେପଟେ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପ୍ରବଳ ଥଣ୍ଡା ଲୋକଙ୍କୁ କଲବଲ କରୁଛି।
ଏହା ଛଡ଼ା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ସୁନ୍ଦରଗଡ଼, କୋରାପୁଟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବା ନେଇ ଆଲର୍ଟ ଜାରି କରାଯାଇଛି।
ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସୁନ୍ଦରଗଡ, କେନ୍ଦୁଝର(Keonjhar), ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର(Sambalpur), ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ(Koraput), ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଶୀତ ଅନୁଭୁତ ହେଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ି ଓ ଫୁଲବାଣୀ(Phulbani)ରେ ୮ଡିଗ୍ରି ରେକର୍ଡ କରାଯାଇଛି।