fbpx

କମେଡି ଷ୍ଟାରଙ୍କୁ ଗନ୍ ପଏଣ୍ଟରେ ଅଟକାଇଲେ ଦୁର୍ବୃତ୍ତ: ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ ସନ୍ଦୀପ ଶର୍ମାଙ୍କୁ ଗନ୍ ପଏଣ୍ଟରେ ରଖିବା ନେଇ ଖବର ଜାଣିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏ ନେଇ ସୂଚନା ଦେଇଛନ୍ତି ସନ୍ଦୀପ । ତେବେ ଏହି ମାମଲା ନେଇ ବର୍ତ୍ତମାନ ଯାଞ୍ଚ ଆରମ୍ଭ ହୋଇଯାଇଛି । କମେଡିଆନ୍ ସନ୍ଦୀପ କହିଛନ୍ତି ଯେ, ‘ବିପଦରୁ ବଞ୍ଚିଗଲି’ । ନୋଏଡା ସେକ୍ଟର-୧୦୪ରେ ଏଭଳି ଏକ ଘଟଣା ଜାଣିବାକୁ ମିଳିଛି । ତେବେ ଏହି କାଣ୍ଡର ପ୍ରକୃତ କାରଣ ଏବଂ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

ସୂଚନା ଅନୁସାରେ, ସନ୍ଦୀପ ଏବଂ ତାଙ୍କ ବନ୍ଧୁ ସୌରଭ ପାଣ୍ଡେ ଏଗ ଶୋ’ରୁ ଫେରିବା ସମୟରେ ଏଭଳି ଏକ ଘଟଣାର ଶିକାର ହୋଇଛନ୍ତି କମେଡିଆନ୍ । ସନ୍ଦୀପ କହିଛନ୍ତି ଯେ, ଆମେ ନୋଏଡା ସେକ୍ଟର ୧୦୪ରେ ଶୂନଶାନ ରାସ୍ତାରେ ବନ୍ଧୁକ ମୁନରେ ରହିଥିଲୁ । ଶୋ’ ସାରି ମୁଁ ଏବଂ ସୌରଭ ଫେରୁଥିବା ବେଳେ ଜଣେ ବ୍ୟକ୍ତି ଅନ୍ଧାର ରାତିରେ ରାସ୍ତା ମଝିରେ ବନ୍ଧୁକ ଧରି ଛିଡ଼ା ହୋଇଥିଲା । ସେ ହସୁଥିଲେ… ଏହାପରେ ସେ ଆମକୁ ରୋକିବାକୁ ଇସାରା କରିଥିଲେ । ଏହାପରେ ଏକ ଏସୟୁଭି ଆମ ପଛରେ ଅଟକିଥିଲା । ସେ ବ୍ୟକ୍ତି ମୋ କାର୍ ନିକଟକୁ ଆସିବା ପରେ ମୁଁ ମୋ ମୋବାଇଲ ଧରି ତାଙ୍କ ଉପରେ ପାଟି କରିଥିଲି । କାରଣ ଆତ୍ମସୁରକ୍ଷା ହିଁ ଏହି ସମୟରେ ଏକମାତ୍ର ବିକଳ୍ପ ବୋଲି ଅନୁଭବ ହେଲା । ଏହାପରେ ବ୍ୟକ୍ତିଙ୍କ ଭିତରକୁ ହସି ହସି ଦେଖିଲେ ଏବଂ ଆମକୁ ଯିବା ପାଇଁ ଇସାରା ଦେଇଥିଲେ ।

ପୋଷ୍ଟ ସେୟାର କରିବା ପରେ ଟ୍ୱିଟରରେ ଏହାକୁ ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଅନେକ ୟୁଜର ପୋଷ୍ଟ କମେଣ୍ଟ ମଧ୍ୟ କରିଛନ୍ତି । ଅନେକ ୟୁଜର ଏହି ପୋଷ୍ଟକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ କରୁଥିବାର ଦେଖାଯାଇଛି । ତେବେ ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଏଭଳି କାଣ୍ଡ ଘଟାଇବା ପଛରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ ଏବଂ କାହିଁକି ଉଭୟ କମେଡିଆନ ସେଲିବ୍ରିଟିଙ୍କୁ ଏଭଳି ରାସ୍ତାରେ ଅଟକାଇଥିଲେ, ସେ ନେଇ ନୋଏଡା ପୋଲିସ ତରଫରୁ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.