fbpx
BSKY
BJD MC SKY
BJD MS SKY

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ । ଭୁବନେଶ୍ୱରସ୍ଥିତ ପରିସରର ମୂଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଛାତ୍ରଛାତ୍ରୀ www.odisharesults.nic.in ୱେବସାଇଟରୁ ମଧ୍ୟ ରେଜଲ୍ଟ ଦେଖିପାରିବେ। SAMS ପୋର୍ଟାଲରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ। ବିଜ୍ଞାନରେ ପାସ୍ ହାର ୮୯୪.୯୩ ପ୍ରତିଶତ ହୋଇଥିବା ବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ । ସୂଚନା ଅନୁଯାୟୀ, ଚଳିତବର୍ଷ ୪ଟି ଯାକ ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ ଜଣ ଛାତ୍ରଚାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଥିବା ବେଳେ, ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଏବଂ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

ବିଜ୍ଞାନ: ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଜଣ, ସେଥି ମଧ୍ୟରୁ ପାସ କରିଛନ୍ତି ୭୮,୯୩୮ ଜଣ । ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ଉର୍ତ୍ତୀଣ୍ଣ କରିଛନ୍ତି । ବିଜ୍ଞାନରେ ୯୬.୪୧ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ଆଗରେ ଅଛି । ସର୍ବନିମ୍ନ ପାସହାର ୬୧.୫୫ ପ୍ରତିଶତ ଗଜପତି ଜିଲ୍ଲା । ୨୯୧ଟି ଏଚଏସସି ରେ ଶତ ପ୍ରତିଶତ ରେଜଲ୍ଟ । ତେବେ ଦୁଇଟି ଏଚଏସସିରେ କେହି ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିନାହାନ୍ତି ।

ବାଣିଜ୍ୟ: ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୪ ହଜାର ୨୪୬,ପାସ କରିଛନ୍ତି ୧୯,୫୩୬ ପରୀକ୍ଷାର୍ଥୀ । ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ କ୍ରମାଗତ ଭାବେ ୪୫୪୩, ୭୪୯୨ ଜଣ ପାସ କରିଛନ୍ତି । ୯୩.୯ ପ୍ରତିଶତ ରେଜଲ୍ଟ ସହ ବାଣିଜ୍ୟରେ ମଧ୍ୟ ନୟାଗଡ଼ ଆଗରେ ଅଛି । ସେହିପରି ବାଣିଜ୍ୟର ସର୍ବନିମ୍ନ ପାସ ହାର ୫୫.୫୫ ପ୍ରତିଶତରେ ବୌଦ୍ଧ ରହିଛି । ବାଣିଜ୍ୟରେ ୯୪ ଟି ଏଚଏସସିରେ ଶତପ୍ରତିଶତ ରେଜଲ୍ଟ ।

ପୁଅଙ୍କୁ ପଛରେ ପକାଇଲେ ଝିଅ
ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଲେ ଝିଅ । ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮ ପ୍ରତିଶତ । ବାଣିଜ୍ୟରେ ୮୩.୮୭ ପ୍ରତିଶତ ଝିଅଙ୍କ ପାସ୍ ହାର ଥିବା ବେଳେ, ପୁଅଙ୍କ ପାସ୍ ହାର ୮୯.୫୨ ପ୍ରତିଶତ ରହିଛି ।

 

 

Get real time updates directly on you device, subscribe now.