fbpx
BSKY SKY
BSKY SKY

HUD ବିଭାଗ ପକ୍ଷରୁ ବିଜ୍ଞପ୍ତି: ୪୪ଟି ମହାନଗର ନିଗମ, NAC ଓ ମ୍ୟୁନିସିପାଲିଟିର କମିଶନର, ଅଧିକାରୀ ବଦଳିଲେ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ଧରଣର ବଦଳି କରିଛନ୍ତି । ଏକସେଙ୍ଗ ୪ଟି ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଓ ମ୍ୟୁନିସିପାଲିଟିର ଅତିରିକ୍ତ / ସହକାରୀ କମିଶନର ଓ ଅଧିକାରୀଙ୍କୁ ବଦଳି କରାଯାଇଛି ।

ଏନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ଦାୟିତ୍ୱରେ ଥିବା ଶୁଭେନ୍ଦୁ କୁମାର ସାହୁଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ଦାୟିତ୍ୱରେ ଥିବା ସମ୍ବିତ କୁମାର ରାଉତଙ୍କୁ ବିଏମସିର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ବ୍ରହ୍ମପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତଙ୍କୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ଡେପୁଟି କମିଶନର ବିନୋଦ କୁମାର ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, ବେଲଗୁଣ୍ଠା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏସ. ରାକେଶ କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର, ବ୍ରହ୍ମପୁର ମହାନଗର ନିଗମର ଲ୍ୟାଣ୍ଡ ଅଫିସର ଯଶ୍ମିନ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ଟ୍ରାନ୍ସଫର କରାଯାଇଛି ।

Get real time updates directly on you device, subscribe now.