fbpx
BJD SKY
BJD SKY

ବଡ଼ ଅପଡେଟ୍: ‘ରାମଲଲାଙ୍କ ପୂର୍ଣ୍ଣ ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ, ଫଟୋ ଲିକ୍ ହୋଇଯାଇଛି’- ମୂର୍ତ୍ତିକାରଙ୍କ ପତ୍ନୀ

BJD

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ସେନେଇ ସମସ୍ତ ବିଧି-ବିଧାନ ଅନୁଯାୟୀ ପ୍ରସ୍ତୁତି ପ୍ରକ୍ରିୟା ସରିଥିବା ବେଳେ ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କର ସୁଅ ଛୁଟିଛି । ଏହା ମଧ୍ୟରେ ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ମୁଖା ଆଚ୍ଛାଦିତ ଫଟୋ ସାମ୍ନାକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଆଜି ପ୍ରଭୁଙ୍କ ପ୍ରଥମ ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଥିଲା ।

ପ୍ରଭୁ ଶ୍ରୀରାମଙ୍କ ହସ ହସ ମୁହଁ ସାଙ୍ଗକୁ ମଥାରେ ତିଳଙ୍କ ତାଙ୍କୁ ଏହି ଚିତ୍ରରେ ଅଧିକ ଆକର୍ଷଣୀୟ କରିଦେଇଥିଲା । ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଅଜସ୍ର ଭଲପାଇବା ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ରାମଲଲାଙ୍କ ପ୍ରଥମ ପୂର୍ଣ୍ଣ ଚିତ୍ରକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାମଲଲାଙ୍କ ପୂର୍ଣ୍ଣ ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ଉକ୍ତ ଚିତ୍ର ଲିକ୍ ହୋଇଯାଇଛି ବୋଲି କହିଛନ୍ତି ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ପତ୍ନୀ ବିଜେତା ଅରୁଣ । ତେବେ ରାମଲଲାଙ୍କୁ ମୂର୍ତ୍ତିକୁ ଲୋକଙ୍କର ଭଲପାଇବା ମିଳୁଥିବା ନିଶ୍ଚିତ ଭାବେ ବଡ଼ ଖୁସିର ବିଷୟ ବୋଲି ସେ କହିଛନ୍ତି ।

ଯୋଗୀରାଜଙ୍କ ପତ୍ନୀ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲଲାଙ୍କ ପୂର୍ଣ୍ଣ ଚିତ୍ର ଲିକ୍ ହେବା ଦୁଃଖର ବିଷୟ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲଲାଙ୍କ ଫଟୋ ଲିକ୍ ହେବା ନେଇ ମୁଁ ଉଦାସ ରହିଛି । କିନ୍ତୁ ଏହି ମୂର୍ତ୍ତିକୁ ଲୋକଙ୍କର ଭଲ ପାଇବା ମିଳୁଛି ଏହା ଖୁସିର ବିଷୟ । ବର୍ତ୍ତମାନ ସୁଦ୍ଧା ରାମଲଲାଙ୍କ ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିନାହିଁ । ରାମଲଲାଙ୍କ ମୂର୍ତ୍ତିକୁ ଲୋକଙ୍କର ଏତେ ଭଲପାଇବା ମିଳିବା ଆମକୁ ସମ୍ମାନ ପ୍ରଦାନ କରୁଛି । ତେବେ ଏହି ଅବସରରେ ବିଜେତା ପୂର୍ଣ୍ଣ ଚିତ୍ରକୁ ନେଇ ଅଧିକ ସୂଚନା ଦେଇନଥିଲେ । ପ୍ରାଣ ପ୍ରତିଷ୍ଠା ଅବସରରେ ନେତ୍ର ମିଳନ ପରମ୍ପରା ଉପରେ ସେ କହିଥିଲେ ।

Get real time updates directly on you device, subscribe now.