fbpx

ଏହି ମହିଳାଙ୍କ ଦେହରେ ରହିଛି ୧୦୮ ବର୍ଷର ପୁରୁଣା କିଡନୀ… ଡାକ୍ତର ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମେଡିକାଲ ବିଜ୍ଞାନ ପାଇଁ ଅଙ୍ଗ ପ୍ରତିରୋପଣ ଏକ ସାଧାରଣ ଅପରେସନ କୁହାଯାଇପାରେ । କିନ୍ତୁ ଏହାପରେ ମଧ୍ୟ ଡାକ୍ତର କହୁଛନ୍ତି ଯେ, ପ୍ରତିରୋପଣ ହୋଇଥିବା ଅଙ୍ଗ ୨୦-୩୦ ବର୍ଷ ପରେ ଅଧିକ ସମୟ ଚାଲିପାରିବ ନାହିଁ । କିନ୍ତୁ ଜଣେ ମହିଳାଙ୍କ ପେଟରେ ୧୦୮ ବର୍ଷର ପୁରୁଣା କିଡନୀ ରହିଥିବା ଜାଣିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହାପରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଏହି କିଡନୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ରହିଛି । ଏଥିରେ କୌଣସି ପ୍ରକାର ସମସ୍ୟା ନଥିବା ଜାଣିବା ପରେ ଡାକ୍ତରମାନେ ମଧ୍ୟ ନିଜକୁ ବିଶ୍ୱାସ କରି ପାରି ନାହାନ୍ତି ।

ରିପୋର୍ଟ ଅନୁସାରେ, ଇଂଲଣ୍ଡର ସୁ ୱେଷ୍ଟହେଡ ୧୨-୧୩ ବର୍ଷର ହୋଇଥିବା ବେଳେ ସେ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇଥିଲେ । ସେହି ସମୟରେ ଡାଇଲିସିସ ଆରମ୍ଭ ହୋଇଥିବା ବେଳେ ୨୫ ବର୍ଷ ବୟସ ବେଳକୁ ତାଙ୍କର କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେଣୁ ଡାକ୍ତର ତାଙ୍କୁ କିଡନୀ ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ମା’ ଏନ ମେଟକାଫ ୧୯୭୩ ମସିହାରେ ରୋୟଲ ଭିକ୍ଟୋରିଆ ଇନଫର୍ମରୀରେ ସର୍ଜରୀ କରି ନିଜର ଏକ କିଡନୀ ଝିଅଙ୍କୁ ଦେଇ ଦେଇଥିଲେ । ତେବେ ଆଜି ଯଦି ତାଙ୍କ ମା’ ଜୀବିତ ଥାନ୍ତେ, ତେବେ ତାଙ୍କ ବୟସ ପ୍ରାୟ ୧୦୮ ବର୍ଷ ହୋଇଥାନ୍ତା । ତେବେ ସୁ ୱେଷ୍ଟହେଡଙ୍କୁ କିଡନୀ ପ୍ରତିରୋପଣ କରିବାର ପ୍ରାୟ ୫୦ ବର୍ଷ ବିତି ସାରିଲାଣି । କିନ୍ତୁ ।ଜି ପର୍ଯ୍ୟନ୍ତ ଏଥିରେ ତାଙ୍କୁ କୌଣସି ସମସ୍ୟା ହୋଇନାହିଁ । ତାଙ୍କ ଶରୀରରେ ଆଜି ମଧ୍ୟ ୧୦୮ ବର୍ଷ ପୁରୁଣା ମା’ଙ୍କ କିଡନୀ ସାହାରାରେ ରହିଛନ୍ତି ।

ଡାକ୍ତରମାନେ ଏହା ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି, କାରଣ ପ୍ରତିରୋପଣ ସର୍ବାଧିକ ୨୦ ବର୍ଷ ପର୍ୟ୍ୟନ୍ତ ରହିପାରେ ବୋଲି ମେଡିକାଲ ସାଇନ୍ସ କହୁଛି । କିନ୍ତୁ ସୁ ୱେଷ୍ଟହେଡ ଏହାକୁ ନିଜ ମା’ଙ୍କ ଜନ୍ମଦିନ ଭଳି ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଏହି ଟ୍ରାନ୍ସପ୍ଲାଣ୍ଟର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି । ୧୯୮୫ ମସିହାରେ ୬୯ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ସୁ’ର ମା’ଙ୍କର ମୃତ୍ୟୁ ହୋଇଥିଲା। ୱେଷ୍ଟହେଡ୍ କହିଛନ୍ତି, ଯେତେବେଳେ ମୋର ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା, ମୁଁ ଭାବିଲି ଯଦି ମୋତେ ପାଞ୍ଚ ବର୍ଷ ମିଳିବ ତେବେ ମୁଁ ବହୁତ ଭାଗ୍ୟବାନ ହେବି । କିନ୍ତୁ ଆଜି ପ୍ରତ୍ୟାରୋପଣର ୫୦ ବର୍ଷ ପରେ ମଧ୍ୟ ସୁସ୍ଥ ଏବଂ ଜୀବିତ ରହିଥିବାରୁ ମା’ ଏବଂ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ୱେଷ୍ଟହେଡ୍ ।

Get real time updates directly on you device, subscribe now.