fbpx

ରାଜଧାନୀରେ ନକଲି ଟିଭି କାରବାର ରାକେଟର ପର୍ଦ୍ଦାଫାଶ

Advertisement

ଭୁବନେଶ୍ୱର: ରାଜଧାନୀରେ ନକଲି ଟିଭି କାରବାର ରାକେଟର ପର୍ଦ୍ଦଫାଶ କରିଛି କମିଶନରେଟ ପୋଲିସ । ଏହା ସହ୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି । ଭୁବନେଶ୍ୱର ଲକ୍ଷ୍ମୀସାଗର,ବଡଗଡ ଏବଂ ଏୟାର ପୋର୍ଟ ଏବଂ ମଞ୍ଚେଶ୍ୱର ଅଞ୍ଚଳରେ ଚଢାଇ କରି ୧୫୦ରୁ ଅଧିକ ଟିଭି ଜବତ କରିଛି ପୋଲିସ ।

ଏହି ଘଟଣାରେ ଏଥିରେ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ । ଦୁର୍ବୁତ୍ତ ମାନେ ନକଲି ଟିଭିରେ ଏକ ନାମୀ ଦାମୀ କମ୍ପାନୀର ଟିଭିିର ଲୋଗୋ ଲଗାଇ ତାକୁ ବ୍ରାଣ୍ଡିଂ କରି ବଜାରକୁ ଏହି ଡୁପ୍ଲିକେଟ ଟିଭି ଛାଡୁଥିଲେ ଏବଂ ଅସଲି ଟିଭିର ଦାମ ଠାରୁ କମ ଦାମରେ ବିକ୍ରିି କରୁଥିଲେ । କାଲକାତାରୁ ବଭିନ୍ନ ସାଧାରଣ ଟିଭି ଆଣି ତାକୁ ବ୍ରାଣ୍ଡିଂ କରି ବିକ୍ରି କରାଯାଉଥିଲା । ବିଶେଷ କରି ବସ୍ତି ବାସିନ୍ଦା ଏବଂ କମ ଦାମରେ ବ୍ରାଣ୍ଡେଡ ଟିଭି ଖୋଜୁଥିବା ଲୋକଙ୍କୁ ଏମୋନ ଟାର୍ଗେଟ କରୁଥିଲେ । ତେବେ ଏହି ରାକେଟ ପଛରେ ଆଉ କାହାର ହାତ ଅଛି କି ନାହିଁ ସେ ବିଷୟରେ ଖୋଳତାଡ଼ କରୁଛି ପୋଲିସ ।

Get real time updates directly on you device, subscribe now.