fbpx

ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର, ୧୩ା୩ (ଓଡିଶା ଭାସ୍କର): ଆଜି ବିଧାନସଭା ଗୃହରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହୋହାଲ୍ଲା, ହଟ୍ଟଗୋଳ କରିଥିଲେ । ମଣ୍ଡି ବ୍ୟବସ୍ଥାକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକ ଗୃହର ମଧ୍ୟ ଭାଗକୁ ଚାଲି ଆସି ହଙ୍ଗାମା କରିଥିଲେ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଥିବାରୁ କ୍ଷମା ମାଗିବା ଦରକାର ବୋଲି ବିଜେଡି ଦାବି କରିଥିଲା ।

ସୂଚନାଯୋଗ୍ୟ ଯେ, ଗତକାଲି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହ ଚାଲିଥିବା ସମୟରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଧାନ ସଂଗ୍ରହ ପ୍ରସଙ୍ଗକୁ ନେଇ ବିଧାୟକ ଏହି ପଦକ୍ଷେପ ନେଇଥିଲେ । ବିଧାୟକଙ୍କର ଏହି କାର୍ଯ୍ୟ ପାଇଁ ଗୃହର ମର୍ଯ୍ୟାଦା ହାନୀ ହୋଇଛି ଓ ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ବିଜେଡି ସଦସ୍ୟମାନେ କହିଥିଲେ ।

Get real time updates directly on you device, subscribe now.