ଗୋଷ୍ଠୀ ସଂଘର୍ଷ: ମା’କୁ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ
ବାରିପଦା ଟାଉନ ଥାନା କାଳୀକାପୁର ଅଞ୍ଚଳରେ ଗୁଳିମାଡ଼ । 2 ମହିଳା ସମେତ 3 ଜଣ ଗୁରୁତର ।
ବାରିପଦା: ଟାଉନ ଥାନା କାଳୀକାପୁର ଅଞ୍ଚଳରେ ଗୁଳିମାଡ଼ । ବାରିପଦା ସହରରେ ଗୁଳି ଫୁଟିବା ସହ ବୁଲିଲା ଖଣ୍ଡା । ମାଆକୁ ଖଣ୍ଡାରେ ହାଣିଲେ, ପୁଅକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଫଳରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଉନ ଥାନା କାଳୀକାପୁର ସାହିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଫଳରେ 2 ମହିଳା ସମେତ 3 ଜଣ ଗୁରୁତର ହୋଇଯାଇଥିଲେ । ତେବେ ଗୁରୁତରଙ୍କ ଭିତରେ ମାଆ ଓ ପୁଅ ଥିବା ଜଣାପଡ଼ିଛି ।
ଗୁରୁତରମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ହସ୍ପିଟାଲରେ ଉତ୍ତେଜନା ସହ ପୋଲିସକୁ ଠେଲାପେଲା କରିଥିବା ଜଣାପଡ଼ିଛି । ସେପଟେ 2 ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।