fbpx

(ଭିଡିଓ) ଶୋଇଲେ ମିଳିବ ବର୍ଷକୁ ୨୫ ଲକ୍ଷ! ଜାଣନ୍ତୁ କ’ଣ ଏହି ଖବର…

ଶୋଇବା ପାଇଁ ମିିଳିବ ବର୍ଷକୁ ୨୫ ଲକ୍ଷ । କଥା ଶୁଣି ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସହ । ବ୍ରିଟେନ୍ ର ଏକ କମ୍ପାନୀ ଏଭଳି ଏକ ଚାକିରି ଅଫର୍ ଦେଉଛି । ଆରାମ ଦାୟକ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଚାକିରିରେ ଯୋଗ ଦେଇ କେବଳ ବେଡ୍ ରେ ପଡ଼ି ରହିବାକୁ କର୍ମଚାରୀଙ୍କୁ ଦରମା ଦେଉଛି କମ୍ପାନୀ । ଚାକିରିରେ କର୍ମଚାରୀଙ୍କୁ କେବଳ ବେଡରେ ପଡି ଟିଭି ଦେଖିବା ଓ ଶୋଇବାକୁ କୁହାଯାଇଛି ।

ରିପୋର୍ଟ ମୁତାବକ, ଏହି ଚାକିରି ବେଡ୍ ନିର୍ମାତା କମ୍ପାନୀ ‘କ୍ରାଫ୍ଟେଡ ବେଡ୍ସ’ ଦେଉଛି । ଏହି ଚାକିରି କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରତିଦିନ ୬ରୁ ୭ ଘଣ୍ଟା ବେଡରେ ରହିବାକୁ ପଡିବ । କ୍ରାଫ୍ଟେଡ ବେଡ୍ସ ପକ୍ଷରୁ ମ୍ୟାଟ୍ରେସ୍ ଟେଷ୍ଟର ନିଯୁକ୍ତ କରାଯାଉଛି, ଯେଉଁମାନଙ୍କର କାମ କେବଳ ବେଡରେ ଶୋଇବା ଓ ରିଭ୍ୟୁ ଦେବା ରହିଛି । ଏଥିରେ ଜଏନ୍ କରୁଥିବା କର୍ମଚାରୀଙ୍କୁ ବାର୍ଷିକ ୨୪ ଲକ୍ଷ ୭୯ ହଜାର ଟଙ୍କା ଦରମା ଦେଉଛି କମ୍ପାନୀ । ପ୍ରତି ସପ୍ତାହରେ ସେମାନଙ୍କୁ ମ୍ୟାଟ୍ରେସକୁ ଟେଷ୍ଟ କରିବାକୁ ପଡିବ ଓ ବ୍ୟବହାର କରିବାପାଇଁ ଏହି ଗଦି କିପରି, ତାହା କମ୍ପାନୀକୁ କହିବାକୁ ପଡିବ । ଏହା ସହ ଏଥିରେ କିଛି ସୁଧାର, ଦୋଷ ଓ ରିଭ୍ୟୁ ଆଦି ଦେବାକୁ ପଡିବ । ଚାକିରି କରୁଥିବା ପ୍ରତି କର୍ମଚାରୀ ସପ୍ତାହରେ ୩୭.୫ ଘଣ୍ଟା ଅର୍ଥାତ୍ ଦିନରେ ପ୍ରାୟ ୬ ଘଣ୍ଟା ବେଡରେ ଟିଭି ଦେଖି ଓ ଶୋଇକରି ବିତାଇବାକୁ ପଡିବ । ଏହା ସହ ଚାକିରି କରିବାକୁ ଲୋକମାନଙ୍କୁ କମ୍ପାନୀ ଯିବାକୁ ବି ପଡିବ ନାହିଁ । ସେମାନେ ଟେଷ୍ଟିଂ ଓ ରିଭ୍ୟୁ ଦେବାକୁ ଗଦି ସେମାନଙ୍କ ଘରକୁ ବି ନେଇପାରିବେ । କିନ୍ତୁ ଏହି ଚାକିରି ପାଇଁ ବ୍ରିଟିଶ ନାଗରିକତା ନିହାତି ଦରକାର । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.