fbpx

ବଲିଉଡକୁ ଗ୍ରେଟ୍ ୱାଲ୍ ଅଫ୍ ଚାଇନା ସହିତ ତୁଳନା କଲେ କଙ୍ଗନା, କହିଲେ- ସବୁ ଏଠି ଗୋଡ଼ ଟାଣିବାରେ ବ୍ୟସ୍ତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରନାୱତ୍ ଫିଲ୍ମ ‘ଥଲାଇଭୀ’କୁ ନେଇ ବ୍ୟସ୍ତ ଅଛନ୍ତି । ତେଣୁ ସେ ଏବେ ଏହାକୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି ତେଣୁ ଫିଲ୍ମର ପ୍ରୋମୋଶନ୍ ଜୋରଦାର୍ କରିଛନ୍ତି । ତେବେ ପୂର୍ବରୁ ବି ସେ ନିଜର କଣ୍ଟ୍ରୋଭର୍ସିଆଲ୍ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ବଲିଉଡ୍ ଉପରେ ନିଜର ରାଗ ସାଧିଛନ୍ତି । କଙ୍ଗନା ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଗ୍ରେଟ ୱାଲ୍ ଅଫ୍ ଚାଇନା ସହିତ ତୁଳନା କରିଛନ୍ତି ।

କଙ୍ଗନା ନିକଟରେ ଏକ ୟୁଟ୍ୟୁବ୍ ୂଚ୍ୟାନେଲ ସହିତ କଥାବାର୍ତ୍ତା କରିବା ସମୟରେ କହିଥିଲେ ଯେ, “ଆଞ୍ଚଳିକ ସିନେମା ସମ୍ପର୍କରେ ବଡ଼ କଥା ହେଉଛି ଏଠାରେ ଲୋକ ମାନେ ଏକ କମନ୍ ଗ୍ରାଉଣ୍ଡ ଖୋଜିନିଅନ୍ତି । ନିଜ ସୁବିଧା ଅନୁସାରେ ନିଜକୁ ଖାପ ଖୁଆଇ ନିଅନ୍ତି । ହେଲେ ହିନ୍ଦୀ ସିନେମାରେ ଗୋଟିଏ କଥା ହେଉଛି ଏଠାରେ ସମସ୍ତେ ସମସ୍ତଙ୍କର ଗୋଡ଼ ଟାଣିବାକୁ ଚେଷ୍ଟା କରିଥାନ୍ତି । ଏଠାରେ କେହି ବି କାହା ପାଇଁ ଖୁସି ନାହାନ୍ତି” ।

ସେ ଆଗକୁ କହିଛନ୍ତି ଯେ, “ଏହା ଏକ ଏପରି ଜାଗା ଯେଉଁଠାରେ ଭଲ ପାଇବା, ସହାନୁଭୂତି ଏବଂ ଭାଇଚାରା ଯଦି ନାହିଁ ତେବେ ଭାବିନିଅନ୍ତୁ ଏହା କେତେ ଗୁଣରେ ଟକ୍ସିକ୍ ହୋଇଥିବ । ବଲିଉଡ୍ ରେ ଡେବ୍ୟୁ କରିବା ସମୟରେ କାଷ୍ଟିଂ ଏଜେଣ୍ଟ୍ , ଓଟିଟି ପ୍ଲାଟଫର୍ମ ନଥିବା ଫଳରେ ଅସୁବିଧାର ସାମନା କରିବାକୁ ପଡ଼ୁଛି । ଯେତେବେଳେ ସବୁ ରାସ୍ତା ବନ୍ଦ ଯିବା ପରେ ବଲିଉଡ୍ ର ଗ୍ରେଟ ୱାଲ୍ ଅଫ୍ ଚାଇନାର ରାସ୍ତା ତିଆରି କରିବାକୁ ନିଜକୁ ଲଢ଼ିବାକୁ ପଡ଼ିଲା” ।

Get real time updates directly on you device, subscribe now.