fbpx
BJD SKY
BJD SKY

ଭାରତୀୟ ଦଳକୁ ଝଟକା, ଶେଷ ଟେଷ୍ଟରେ ଟିମ୍ ସହ ରହିବେ ନାହିଁ କୋଚ୍ ରବି ଶାସ୍ତ୍ରୀ

BJD

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ଲଣ୍ଡନର ଦ ଓଭାଲ ପଡିଆରେ ଖେଳାଯାଉଥିବା ମୁକାବିଲାର ଆଜି ହେଉଛି ଅନ୍ତିମ ଦିନ । ଇଂଲଣ୍ଡକୁ ବିଜୟ ପାଇଁ ୨୯୧ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୧୦ ୱିକେଟ୍ । ଏହି ଟେଷ୍ଟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ମାତ୍ର ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା ।

ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶେଷ ଟେଷ୍ଟରେ ଡ୍ରେସିଂ ରୁମରେ ରହିବେ ନାହିଁ । ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ୧୪ ଦିନିଆ ଆଇସୋଲେସନରେ ଅଛନ୍ତି । ଏବେ ଦୁଇଟି ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେ ଦଳରେ ଯୋଗ ଦେଇ ପାରିବେ ।  ସମାଚାର ଏଜେନ୍ସି ଏଏନଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

 

ସୂଚନାଯୋଗ୍ୟ, ବିସିସିଆଇର ଡାକ୍ତରୀ ଦଳ ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏଥିରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ସତର୍କତାମୂଳକ ଭାବେ ମୁଖ୍ୟ କୋଚ୍ ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ଫିଜିଓ ଥେରାପିଷ୍ଟ ନୀତିନ ପଟେଲଙ୍କୁ ଆଇସୋଲେଟ୍ କରାଯାଇଛି ।

ଶାସ୍ତ୍ରୀଙ୍କ ସହିତ ସମସ୍ତଙ୍କର ଆରଟି ପିସିଆର ଟେଷ୍ଟ କରାଯାଇଛି । ଏବେ ସେ ହୋଟେଲରେ ରହିବେ । ଭାରତ ଦଳ ସହିତ ସେ ପର୍ଯ୍ୟନ୍ତ ଯାତ୍ରା କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ତାଙ୍କର ଦୁଇଟି ରିପୋର୍ଟ ନେଗେଟିଭ୍ ଆସିନାହିଁ । ଶେଷ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବ ।

Get real time updates directly on you device, subscribe now.