fbpx

World Bank- UN Report: ଭାରତ ଓ ଚାଇନା ପ୍ରତିଯୋଗିତା, ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ କାହାର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଜନସଂଖ୍ୟା ଦୃଷ୍ଟିରୁ ଭାରତ ଚୀନକୁ ଟପି ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଭାରତର ଜନସଂଖ୍ୟା ଏବେ ୧୪୨.୮୬ କୋଟି ରହିଥିବା ବେଳେ ଚୀନର ଜନଂସଖ୍ୟା ୧୪୨.୫୭ କୋଟି ରହିଛି । ଅର୍ଥାତ ଦୁଇ ଦେଶର ଜନସଂଖ୍ୟା ମଧ୍ୟରେ ୨୯ ଲକ୍ଷର ବ୍ୟବଧାନ ରହିଛି । ତେବେ ଭାରତ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବା ପରେ ଚୀନ ପକ୍ଷରୁ ଏକ ବଡ଼ ବୟାନ ଆସିଥିଲା । କେବଳ ସଂଖ୍ୟାରେ ଆଗରେ ରହିଲେ ହେବନି ସବୁକ୍ଷେତ୍ରରେ ଆଗେଇବାକୁ ପଡ଼ିବ ବୋଲି ଡ୍ରାଗନ ପରୋକ୍ଷରେ ଇସାରା କରିଥିଲା । ଏହା ମଧ୍ୟ ଯୁକ୍ତିସଙ୍ଗତ । ଜନସଂଖ୍ୟାରେ ଏକ ନମ୍ବର ହେବା ଏକ ବଡ଼ କାମ ନୁହେଁ । ଅର୍ଥନୀତି, ପ୍ରତିରକ୍ଷା ବିଭିନ୍ନ କ୍ଷେତ୍ରରେ କିଏ କେଉଁଠି ରହିଛି ତାହା ଜାଣିବା ନିହାତି ଜରୁରୀ ।

ଗତ ୧୯୫୦ ମସିହା ପରଠାରୁ ମିଳିତ ଜାତିସଂଘ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜନସଂଖ୍ୟା ତଥ୍ୟ ସଂଗ୍ରହ କରୁଥିବା ବେଳେ ଭାରତ ପ୍ରଥମ ଥର ପାଇଁ ନମ୍ବର ୱାନ ହୋଇଛି । ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟା ୧୬୬ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଚୀନର ଜନସଂଖ୍ୟା ହ୍ରାସ ପାଇ ୧୩୧ କୋଟିକୁ ଖସି ଆସିପାରେ । ଗତବର୍ଷ ଭାରତର ଜନଂସଖ୍ୟା ୧୪୧.୨ କୋଟି ରହିଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୬ କୋଟି ରହିଥିଲା ।

ତେବେ ଜିଡିପି, ବିରୋଜଗାରୀ, ମହଙ୍ଗା ଦର ମାମଲାରେ ଭାରତର ଚୀନଠାରୁ ପଛରେ ରହିଥିବା ନେଇ ନିକଟରେ କଂଗ୍ରେସ ସାଂସଦ କପିଲ ସିବଲ ତଥ୍ୟ ପ୍ରଦାନ କରିବା ସହ ବିଜେପି ସରକାରକୁ ଘେରିଥିଲେ । ସେହିପରି ଭାରତ ବିଶ୍ୱ ସର୍ବବୃହତ ଯୁବ ଦେଶରେ ପରିଣତ ହୋଇଥିବା ବେଳେ ଏଠାରେ ଚାକିରି ନଥିବା କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଥିଲେ ।

ଭାରତର ଜିଡିପି ୩.୧୮ ଟ୍ରିଲିୟନ ଡଲାର ରହିଥିବା ବେଳେ ଚୀନର ୧୭.୭୩ ରହିଛି । ଭାରତର ଜିଡିପି ଅଭିବୃଦ୍ଧି ୮.୭ ପ୍ରତିଶତ ରହିଥିବା ବେଳେ ଚୀନର ୮.୧, ଭାରତର ପ୍ରତି ବ୍ୟକ୍ତିର ଜିଡିପି ୨,୨୫୭ ଡଲାର ରହିଥିବା ବେଳେ ଚୀନର ୧୨,୫୬୬, ଭାରତର ଜିଡିପିରେ ରପ୍ତାନୀ ହାର ୨୧ ପ୍ରତିଶତ ରହିଥିବା ବେଳେ ଚୀନର ୨୦ ରହିଛି । ଭାରତର ଜିଡିପିରେ ଆମଦାନୀ ହାର ୨୪ ପ୍ରତିଶତ ରହିଥିବା ବେଳେ ଚୀନର ୧୭ ରହିଥିବା ବିଶ୍ୱ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ।

ଭାରତରେ ବିରୋଜଗାରୀ ହାର ୭.୭ ପ୍ରତିଶତ ରହିଥିବା ବେଳେ ଚୀନରେ ୪.୬ ପ୍ରତିଶତ ରହିଛି । ଭାରତର ମୋଟ ଜନସଂଖ୍ୟାର ଶ୍ରମ ବଳ ୫୨ ପ୍ରତିଶତ ରହିଥିବା ବେଳେ ଚୀନରେ ୭୬ ପ୍ରତିଶତ, ଭାରତରେ ସ୍ୱାକ୍ଷରତା ହାର ୭୪ ପ୍ରତିଶତ ରହିଥିବା ବେଳେ ଚୀନରେ ୯୭, ଭାରତରେ ପୁରୁଷ ସ୍ୱାକ୍ଷରତା ହାର ୮୨ ପ୍ରତିଶତ ରହିଥିବା ବେଳେ ଚୀନରେ ୯୯, ଭାରତରେ ମହିଳା ସ୍ୱାକ୍ଷରତା ହାର ୬୬ ପ୍ରତିଶତ ରହିଥିବା ବେଳେ ଚୀନରେ ୯୬ ପ୍ରତିଶତ ରହିଥିବା ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଆମେରିକୀୟ ବିଜ୍ଞାନୀ ସଂଘ / ଗ୍ଲୋବାଲ ଫାୟାର ପାୱାର ରିପୋର୍ଟ ଅନୁଯାୟୀ, ଭାରତ ନିକଟରେ ୧୪.୫୦ ଲକ୍ଷ ସକ୍ରିୟ ସେନା ରହିଥିବା ବେଳେ ଚୀନ ପାଖରେ ୨୦ ଲକ୍ଷ, ଭାରତରେ ପାଖରେ ୧୧.୫୫ ଲକ୍ଷ ରିଜର୍ଭ ଫୋର୍ସ ରହିଥିବା ବେଳେ ଚୀନ ପାଖରେ ୫.୧୦ ଲକ୍ଷ, ଭାରତ ପାଖରେ ୨୫.୨୭ ଲକ୍ଷ ପାରାମିଲିଟାରୀ ଫୋର୍ସ ରହିଥିବା ବେଳ ଚୀନ ପାଖରେ ୬.୨୪ ଲକ୍ଷ, ଭାରତ ପାଖରେ ମୋଟ ୨,୧୮୨ ଏୟାରକ୍ରାଫ୍ଟ ରହିଥିବା ବେଳେ ଚୀନ ପାଖରେ ୩,୨୮୫, ଭାରତ ପାଖରେ ୪,୬୧୪ ଟ୍ୟାଙ୍କ ରହିଥିବା ବେଳେ ଚୀନ ପାଖରେ ୫,୨୫୦, ଭାରତ ପାଖରେ ୧୨,୦୦୦ ସେନା ଗାଡ଼ି ରହିଥିବା ବେଳେ ଚୀନ ପାଖରେ ୩୫,୦୦୦, ଭାରତ ପାଖରେ ୧୦୦ଟି ଆର୍ଟିଲରୀ ରହିଥିବା ବେଳେ ଚୀନ ପାଖରେ ୪,୧୨୦, ଉଭୟଙ୍କ ପାଖରେ ୨ଟି ଲେଖାଏଁ ଏୟାରକ୍ରାଫ୍ଟ କ୍ୟାରିୟର ରହିଛି । ଭାରତ ପାଖରେ ୧୭ଟି ସବମରିନ ରହିଥିବା ବେଳେ ଚୀନ ପାଖରେ ୭୯, ଭାରତ ପାଖରେ ୧୬୦ଟି ପରମାଣୁ ଅସ୍ତ୍ର ରହିଥିବା ବେଳେ ଚୀନ ପାଖରେ ୩୫୦ଟି ରହିଥିବା ଜଣାପଡ଼ିଛି ।

ପ୍ରତି ୧ ଲକ୍ଷ ଶିଶୁ ଜନ୍ମ କ୍ଷେତ୍ରରେ ଭାରତରେ ମାତୃ ମୃତ୍ୟୁହାର ୧୦୩ ପ୍ରତିଶତ ରହିଥିବା ବେଳେ ଚୀନରେ ୨୩, ପ୍ରତି ମହିଳାଙ୍କ ଫର୍ଟିଲିଟି ରେଟ ଭାରତରେ ୨ ପ୍ରତିଶତ ରହିଥିବା ବେଳେ ଚୀନରେ ୧.୨, ଭାରତରେ ପୁରୁଷଙ୍କ ଆଭରେଜ ବୟସ ୭୧ ବର୍ଷ ରହିଥିବା ବେଳେ ଚୀନରେ ୭୬, ଭାରତରେ ମହିଳାଙ୍କ ଆଭରେଜ ବୟସ ୮୪ ରହିଥିବା ବେଳେ ଚୀନରେ ୮୨, ଭାରତରେ ବାଲ୍ୟ ବିବାହ ହାର ୨୩ ପ୍ରତିଶତ ରହିଥିବା ବେଳେ ଚୀନରେ ୩ ପ୍ରତିଶତ ରହିଥିବା ମିଳିତ ଜାତିସଂଘର ୨୦୨୩ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.