ଚାଷୀଙ୍କୁ ମିଳିବ କ୍ଷତିପୂରଣ: ବାତ୍ୟା ‘ଦାନା’ରେ ୮୦ ହଜାର ହେକ୍ଟର ଚାଷ କ୍ଷତି 

ଓଡ଼ିଶ ଭାସ୍କର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରଭାବ ଧିରେ ଧିରେ ଦୁର୍ବଳ ହୋଇଛି । ବର୍ତ୍ତମାନ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଆଦି ଅଞ୍ଚଳରେ କେବଳ ବର୍ଷା ଲାଗି ରହିଛି । ତେବେ ଏହି ବାତ୍ୟା ପବନ ଏବଂ ସମୁଦ୍ର କୂଳ ଲଙ୍ଘିବା ସହ ଅଅନେକ କ୍ଷୟକ୍ଷତି ଘଟାଇଛି । ତେବେ ସୂଚନା ଅନୁସାରେ, ପ୍ରାଥମିକ ଆକଳନରେ ରାଜ୍ୟରେ ରାଜ୍ୟରେ ପ୍ରାୟ ୮୦ ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ବାତ୍ୟା ପ୍ରଭାବରେ ।ଜ୍ୟରେ ପ୍ରାୟ ୭୯.୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ଜାଣିବାକୁ ମିଳିଛି ।

ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ପାଇଁ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ନେଇ ସରକାର ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ୍ ଅନୂସାରେ ସେମାନଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ ସରକାର । ଅଧା ହେକ୍ଟର ଜମି ନଷ୍ଟ ହୋଇଥିଲେ ଚାଷୀମାନଙ୍କୁ ୪୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ସେହିପରି ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ଜଳସେଚିତ ଜମି ଫଲ ନଷ୍ଟ ହୋଇଥିଲେ ଚାଷୀଙ୍କ କ୍ଷତିପୂରଣ ରାଶି ବାବଦକୁ ୧୭୦୦୦ ଟଙ୍କା ପ୍ରଦାନ କରାଯିବ । ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ସହାୟତା ଦିଆଯିବ ।

ବର୍ଷା କମିବା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ତେବେ ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ଏସଆରସିଙ୍କୁ ଏହି ରିପୋର୍ଟ ପଠାଇ ଦିଆଯିବ । ତେବେ ଡିବିଟି ଜରିଆରେ ସମସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କେଭି ସିଂହଦେଓ ସୂଚନା ଦେଇଛନ୍ତି । ରିପୋର୍ଟ କୌଣସି ତ୍ରୁଟି କିମ୍ବା ଭୁଲ ରିପୋର୍ଟ ନ ଦେବା ପାଇଁ ସତର୍କ କରାଇ ଦିଆଯାଇଛି । ନଚେତ୍ ଧରା ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୨୩ ହଜାର ହେକ୍ଟର ଚାଷ ଜମି ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ରାଜନଗର ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି । ଭଦ୍ରକରେ ୨୪, ୧୧୫ ହେକ୍ଟର ଚମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ, ଧାମନଗରରେ ଅଧିକ କ୍ଷୟକ୍ଷତି ରେକର୍ଡ କରାଯାଇଛି । ବାଲେଶ୍ୱରରେ ୩୧୪୦ ହେକ୍ଟର ଚାଷଜମି ଏବଂ ମୟୁରଭଞ୍ଜରେ ୨୯୮୧  ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ସେହିପରି  ଯାଜପୁର ଜିଲ୍ଲାରେ ୨୭୦୯ ହେକ୍ଟର ଚାଷଜମି ଏବଂ ଜଗତସିଂହପୁରରେ ୨୪୯୮ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଥିବା ଜାଣିବାକୁ ମିଳିଛି ।