ବୋବେଇଲା ବୋଲି କେସ୍ ଖାଇଲା ଗଞ୍ଜା, ମାଲିକ ପାଇଲେ ଦଣ୍ଡ
ଅଫିସର ଦେଲେ ଏ ପ୍ରକାର ନିର୍ଦ୍ଦେଶ । ଆଉ ବିଗିଡ଼ିିବନି କୁରୁପଙ୍କ ସ୍ୱାସ୍ଥ୍ୟ ।
ଥିରୁଭାନନ୍ତପୁରମ: ଦିନ ପ୍ରତିଦିନ କିଛି ଅଜବ ଘଟଣା ସବୁ ଆମ ନଜରକୁ ଆସେ । ଯେମିତି କେରଳରେ ଘଟିଥିବା ବିଚିତ୍ର ଘଟଣା ବିଷୟରେ ଏବେ ସମସ୍ତଙ୍କ ମୁହଁରେ ଚର୍ଚ୍ଚା ।
ନିଦ ଭାଙ୍ଗିଦେଉଥିଲା: କେରଳର ପାଥନାମଥିଲା ଜିଲାରେ ଗଞ୍ଜା ବୋବାଇବାକୁ ନେଇ ଘଟିଛି ତୁମୁଳ କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଆରମ୍ଭ ହୋଇଛି । ରାଧାକୃଷ୍ଣ କୁରୁପ ଏ ନେଇ ରେଭେନ୍ୟୁ ଡିଭିଜନ ଅଫିସର (ଆରଡିଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗଞ୍ଜା ବୋବେଇବା ଦ୍ୱାରା ତାଙ୍କ ନିଦ ଖରାପ ହେଉଛି, ଯାହା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ସେ ନିଜ ଅଭିଯୋଗରେ ଲେଖିଛନ୍ତି ।
ଏହି ଦଣ୍ଡ ମିଳିଲା: କୁରୁପଙ୍କ ପଡ଼ୋଶୀ ଅନୀଲ କୁମାର କୁକୁଡ଼ା ରଖିଥିବାବେଳେ ପ୍ରତିଦିନ ଭୋର ୩ଟା ବେଳେ ତାଙ୍କ ଗଞ୍ଜା ରଡ଼ି ଛାଡ଼ୁଛି । ଯେଉଁ କାରଣରୁ କୁରୁପଙ୍କ ନିଦ ଭାଙ୍ଗିଯାଉଛି । ଏବଂ ତାଙ୍କ ନିଦ ଖରାପ ହେଇଯାଉଛି । ଆରଡିଓ ଅଧିକାରୀ ଏ ଘଟଣା ସମ୍ପର୍କରେ ବିଶେଷ ଅନୁଧ୍ୟାନ କରିବା ପରେ ପ୍ରକୃତରେ କୁରୁପଙ୍କ ନିଦରେ ଅସୁବିଧା ହେଉଥିବା ବୋଧ କଲେ ।
ଏହାପରେ ଅଫିସର ସୁନୀଲଙ୍କୁ ଗଞ୍ଜାକୁ ନିଜ ଛାତ ଉପରେ ୧୪ ଦିନ ଭିତରେ ରଖିବାର ବ୍ୟବସ୍ଥା କରିବାକୁ ସମୟ ଦେଇଛନ୍ତି । ଏଥିସହ ତାଙ୍କ କୁକୁଡ଼ା ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ଉପାୟ କରିବାକୁ ମଧ୍ୟ କହିଛନ୍ତି ।