ନୂଆଦିଲ୍ଲୀ: ଆଜି ପାକିସ୍ତାନ ଜମ୍ମୁର ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ପ୍ରୟାସ କରୁଛି । କିନ୍ତୁ ଏଥିରେ ମଧ୍ୟ ବିଫଳ ହୋଇଛି ପାକ୍ । ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପୁଣି ଥରେ ଆକାଶରେ ଏକ ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି।
ଏହା ବ୍ୟତୀତ ଜମ୍ମୁର ଅନ୍ୟାନ୍ୟ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରାଯାଇଥିଲା, ଯାହାକୁ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଧ୍ୱଂସ କରାଯାଇଛି । ସମ୍ପୁର୍ଣ୍ଣ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର 3ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତ ।
ତେବେ କେବଳ ଜମ୍ମୁ-କାଶ୍ମୀର ନୁହେଁ ବରଂ ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପାକିସ୍ତାନ ପୁଣିଥରେ ଡ୍ରୋନ୍ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି । ଯୁଦ୍ଧ ସାଇରନ ବାଜିବା ସହିତ ସମ୍ପୁର୍ଣ୍ଣ ଅଞ୍ଚଳକୁ ଅନ୍ଧାର କରାଯାଇଛି ।
ଜମ୍ମୁରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦୁଇଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିନାହିଁ ।