fbpx

ଅମ୍ରିତ ଓ ଅଭିଷେକ ECMO ଚିକିତ୍ସା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ, ଜାଣନ୍ତୁ କେମିତି ଅଛନ୍ତି ସେମାନେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ସହ ତୃତୀୟ ଲହରକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ଅନେକ ଗୁରୁତର ରୋଗୀ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ଚିକିତ୍ସା ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଓ ବାଲେଶ୍ୱରର ଅଭିଷେକ ମହାପାତ୍ର । ଆସନ୍ତୁ ଜାଣିବା ସେ ଦୁହିଁଙ୍କ ବିଷୟରେ ।

ରାଜ୍ୟବାସୀ ଅମ୍ରିତ ଓ ଅଭିଷେକଙ୍କ ବିଷୟରେ ଜାଣିବାକୁ ଚାହିଁ ରହିଛନ୍ତି । ଏକମୋ ଚିକିତ୍ସା ପରେ ଜଣେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେଉଛି ନା ନାହିଁ, ସେନେଇ କୌଣସି ଖବର ଏପର୍ଯ୍ୟନ୍ତ ରାଜ୍ୟକୁ ଆସିନାହିଁ । ଗତ ୩ ତାରିଖରେ ଅମ୍ରିତ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରୁ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ଏକମୋ ଚିକିତ୍ସା ପାଇଁ ଯାଇଥିଲେ । ରାଜ୍ୟବାସୀଙ୍କ ସହ ବିଭିନ୍ନ ଦିଗରୁ ତାଙ୍କୁ ସହାୟତା ପ୍ରଦାନ ଫଳରେ ତାଙ୍କର ଏକମୋ ଚିକିତ୍ସା ସମ୍ଭବ ହୋଇଥିଲା । ତେବେ ଅମ୍ରିତଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଛି । ତାଙ୍କ ଚିକିତ୍ସାରେ ୭୦ ପ୍ରତିଶତ ଏକମୋର ବ୍ୟବହାର ହେଉଛି । ସେ ପୂର୍ବାପେକ୍ଷା ସୁସ୍ଥ ହେଉଥିବା ବେଳେ ଆହୁରି କିଛିଦିନ ତାଙ୍କର ଚିକିତ୍ସା ଜାରି ରହିବ ବୋଲି ଜଣାପଡ଼ିଛି ।

ସେହିପରି ବାଲେଶ୍ୱରର ଅଭିଷେକ ମଧ୍ୟ ଏକମୋ ଚିକିତ୍ସା ପାଇଁ କଲିକତା ଯାଇଥିଲେ । ତାଙ୍କର ପରିବାରବର୍ଗ ହାତଯୋଡ଼ି ଗୁହାରି କରିବା ପରେ ରାଜ୍ୟବାସୀଙ୍କୁ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ । ବର୍ତ୍ତମାନ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ତେବେ ଏହିଁ ଦୁହିଁଙ୍କ ଛଡ଼ା ଅନ୍ୟ ଯେଉଁମାନଙ୍କର ଏକମୋ ଚିକିତ୍ସା ଜାରି ରହିଛି, ସେମାନେ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ଆମର ଈଶ୍ୱରଙ୍କ ଠାରେ ପ୍ରାର୍ଥନା ।

Get real time updates directly on you device, subscribe now.