ନୂଆଦିଲ୍ଲୀ: ସାଧାରଣ ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା ପାଇଁ କଣ୍ଡୋବ ବା ନିରୋଧ ବ୍ୟବହାର କରାଯାଇଥାଏ । କଣ୍ଡୋବ ବ୍ୟବହାର କଲେ ଜନ୍ମ ନିୟନ୍ତ୍ରଣ ହେବା ସହ ଅନେକ ପ୍ରକାରର ରୋଗରୁ ରକ୍ଷା ମିଳିଥାଏ । ବିଭିନ୍ନ ଦେଶରେ କଣ୍ଡୋମକୁ ନେଇ ଭିନ୍ନ ଭିନ୍ନ ନୀତି ନିୟମ ରହିଥାଏ । ଆମ ଦେଶରେ କିଛି ମେଡିକାଲ ମାନଙ୍କରେ କଣ୍ଡୋମ ମାଗଣାରେ ମିଳୁଥିବା ବେଳେ ମେଡିସିନ ଦୋକାନମାନଙ୍କରେ ଏହା ସହଜରେ ମିଳିଥାଏ ।
ଆମ ଦେଶରେ କଣ୍ଡୋମ ପ୍ୟାକେଟର ମୂଲ୍ୟ ୧୦, ୨୦, ୩୦ ଟଙ୍କାରୁ ଆରମ୍ଭ କରି ଅଧିକ ଦାମ୍ ପର୍ଯ୍ୟନ୍ତ ରହିଥାଏ । ତେବେ ଆପଣଙ୍କୁ ଯଦି କୁହାଯିବ ଗୋଟିଏ କଣ୍ଡୋମ ପ୍ୟାକେଟର ମୂଲ୍ୟ ୬୦ ହଜାର ଟଙ୍କା, ତେବେ ଆପଣ କ’ଣ ଉତ୍ତର ଦେବେ । ଏହି କଥାଟି ଯିଏ ଶୁଣିବ ସେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବ । ମାତ୍ର କଥାଟି ସମ୍ପୂର୍ଣ୍ଣ ସତ ଅଟେ । ଦକ୍ଷିଣ ଆମେରିକାରେ ଏପରି ଏକ ଦେଶ ଅଛି ଯେଉଁଠି କଣ୍ଡୋମ ଉଚ୍ଚ ଦରରେ ବ୍ରିକି କରାଯାଇଥାଏ ।
ସୂଚନା ମୁତାବକ, ଦକ୍ଷିଣ ଆମେରିକାର ଗୋଟିଏ ଦେଶ ଭେନେଜୁଏଲାରେ କଣ୍ଡୋମ ପ୍ୟାକେଟର ମୂଲ୍ୟ ୬୦ ହଜାର ପର୍ଯ୍ୟନ୍ତ ରହିଥାଏ । ସେଠାରେ କଣ୍ଡୋମର ମୂଲ୍ୟ ଆଇଫୋନଠାରୁ ମଧ୍ୟ ଅଧିକ ରହିଥାଏ । ତେବେ ଏହି ଉଚ୍ଚ ମୂଲ୍ୟ ପରେ ବି ଲୋକମାନେ ଦୋକାନ ଆଗରେ କଣ୍ଡୋମ କିଣିବା ପାଇଁ ଖୁବ୍ ଭିଡ଼ ଜମାଇଥାନ୍ତି । ତେବେ ଏହା ପଛରେ ଅନେକ ବଡ଼ କାରଣ ରହିଛି ।
ନିରାପଦ ସେକ୍ସକୁ ଭେନେଜୁଏଲାରେ ବହୁତ ଗୁରୁତ୍ୱ ଦିଆଯାଇଥାଏ । ସେଠାରେ ଆବର୍ସନ ଆଇନ ଅତ୍ୟନ୍ତ କଠୋର ଅଟେ । ତେଣୁ ଗର୍ଭନିରୋଧକ ଓ କଣ୍ଡୋମ ଫାର୍ମାସୀ ଓ ସୁପର ମାର୍କେଟମାନଙ୍କରେ ସହଜରେ ମିଳିନଥାଏ । ତେଣୁ ତା’ର ମୂଲ୍ୟ ଅହେତୁକ ଭାବେ ବଢ଼ିଯାଇଥାଏ । ଏପରିକି ଲୋକମାନେ ବ୍ଲାକରେ ୩ ଗୁଣା ଅଧିକ ଦାମ୍ ଦେଇ କଣ୍ଡୋମ କିଣିଥାନ୍ତି । ଭେନେଜୁଏଲାରେ ନାବାଳିକଙ୍କ ଗର୍ଭଧାରଣ ହାର ବହୁତ ଅଧିକ ରହିଥାଏ ବୋଲି ମିଳିତ ଜାତିସଂଘର ବିଶ୍ୱ ଜନସଂଖ୍ୟା ରିପୋର୍ଟରୁ ଜଣାପଡ଼ିଛି ।