ମହାଶିବରାତ୍ରୀକୁ ନେଇ ଦ୍ୱନ୍ଦ୍ୱ, କେବେ କରିବେ ପାଳନ, ଜାଣନ୍ତୁ ୨୬ ନା ୨୭

ଜାଗରକୁ ନେଇ ବର୍ତ୍ତମାନ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। କେଉଁ ଦିନ ପାଳନ କରିବେ ଆସନ୍ତୁ ଜାଣିବା..

ଓଡ଼ିଶା ଭାସ୍କର: ଜାଗର ପାଳିବେ ବୋଲି ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ବ୍ରତ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଶିବଙ୍କର କୃପା ଲାଭ ହୋଇଥାଏ। ଏହି ଦିନ ଲୋକେ ପ୍ରଭୁ ଶିବଙ୍କ ପାଇଁ ଉଜଗାର ରହି ଉପବାସ ରଖିଥାଆନ୍ତି ଏବଂ ଶିବ ଲିଙ୍ଗରେ ଜଳ ଏବଂ କ୍ଷୀର ଅଭିଶେକ କରିଥାଆନ୍ତି।

ଦ୍ୱନ୍ଦ୍ୱ: ଚଳିତ ବର୍ଷ ମହାଶିବରାତ୍ରୀକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। କିଛି ଲୋକଙ୍କ କହିବାନୁସାରେ, ଶିବରାତ୍ରୀ ୨୬ ତାରିଖରେ ପାଳନ କରାଯିବ। କିଛି ଲୋକେ କହୁଛନ୍ତି ଏହା ୨୭ ତାରିଖରେ ପାଳନ ହେବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ପାଳନ କରିବେ ଶିବରାତ୍ରୀ।

ଏହି ଦିନ ପାଳନ ହେବ ଜାଗର: ମହାଶିବରାତ୍ରୀ ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଇଥାଏ। ଏଥର ଏହି ତିଥି ଫେବୃଆରୀ ୨୬ ତାରିଖ ସକାଳ ୧୧ଟା ୮ ମିନିଟରେ ଆରମ୍ଭ ହେବ ଏବଂ ୨୭ ଫେବୃଆରୀ ସକାଳ ୮ଟା ୫୪ ମିନିଟରେ ଶେଷ ହେବ। ତେଣୁ ଏଥର ମହାଶିବରାତ୍ରୀ ୨୬ ତାରିଖରେ ପାଳନ କରାଯିବ।