ଭୁବନେଶ୍ୱର: ରତ୍ନଭଣ୍ଡାର କମିଶନ ରିପୋର୍ଟ ସାର୍ବଜନୀନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରତ୍ନଭଣ୍ଡାର ଚାବି ହଜିବା ଏବଂ କମିଶନଙ୍କ ରିପୋର୍ଟ ସାର୍ବଜନୀନ, ଏଥିରେ ୨ଟି ଅଲଗା ଅଲଗା ସତ୍ୟପାଠକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବାରୁ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି ।
କୋର୍ଟରେ ଶୁଣାଣି ବେଳେ ଆବେଦନକାରୀ ନିଜର ପକ୍ଷ ରଖିଛନ୍ତି । ସାର୍ବଜନୀନ ହେବ କି ନାହିଁ, ସେନେଇ ୨ଟିରେ ଭିନ୍ନ ଭିନ୍ନ ତଥ୍ୟ ରହିଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ୨୦୨୪ ଜାନୁଆରୀ ୨୯ ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ନ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ସେହିପରି ୨୦୨୪ ଏପ୍ରିଲ ୪ ସତ୍ୟପାଠରେ ସାର୍ବଜନୀନ କରିବାକୁ ସରକାର ରାଜି ବୋଲି କୁହାଯାଇଛି । ତେଣୁ ଉଭୟ ସତ୍ୟପାଠ ଉପରେ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି ।
ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୁହାଯାଇଛି । ତେବେ ରିପୋର୍ଟ ସର୍ବଜନୀନ ପାଇଁ ଜନସ୍ୱାର୍ଥ ମାମଲା ହାଇଥିଲା ।