fbpx

ଲଖୀମପୁର ହିଂସା: କଂଗ୍ରେସ-AAPର ନେତା ସେୟାର କଲେ ଦୁର୍ଘଟଣାର ଭିଡିଓ

ଲଖୀମପୁର: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଉତ୍ତରପ୍ରଦେଶର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସମେତ ଅନେକ ନେତା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡିଓକୁ ପୋଷ୍ଟ କରିବା ସହିତ ଏହି ଦୁର୍ଘଟଣାକୁ ହତ୍ୟା ବୋଲି ସେମାନେ ଦାବି କରିଛନ୍ତି ।

ତେବେ ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଖବର ମିଳିଛି କି, କୃଷକ ଓ ଲଖୀମପୁର ଖେରି ପ୍ରଶାସନ ମଧ୍ୟରେ ବୁଝାମଣା ହୋଇଛି । କୁହାଯାଉଛି ଯେ, ପ୍ରତି ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଘୋଷଣା ହୋଇଛି । ଏହା ବ୍ୟତୀତ ପ୍ରତି ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ବି ମିଳିବ । ସେହିପରି ହିଂସାରେ ଆହତ ହୋଇଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

Get real time updates directly on you device, subscribe now.