fbpx

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପାଇଁ କଂଗ୍ରେସ ଜାରି କଲା ନୂଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୨ରେ ପ୍ରକାଶ ପାଇବ । ଲୋକସଭା ଓ ଅନ୍ୟ ୨ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।

ନିକଟରେ କଂଗ୍ରେସ ଏକାଧିକ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏବେ ପୁଣି ଏକ ନୂଆ ଲିଷ୍ଟ ଜାରି କରିଛି । ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମୋଟ ୧୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଲୋକସଭା ପାଇଁ ୬ ଜଣ ଓ ବିଧାନସଭା ନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରାଯାଇଛି ।

ଆନ୍ଧପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ମେ ୧୩ରେ ଭୋଟର ମତଦାନ କରିବେ । ମୋଟ ୨୫ଟି ଲୋକସଭା ଆସନରେ ଗୋଟିଏ ଦିନରେ ଭୋଟ ଗ୍ରହର କରାଯିବ । ଗତ ନିର୍ବାଚନରେ ୱାଇଏସଆରସିପି ମୋଟ ୨୨ଟି ଆସନରେ ଜିତିଥିଲା ।

Get real time updates directly on you device, subscribe now.