fbpx

କଂଗ୍ରେସ ବ୍ଲକ ଉପାଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା: ନିର୍ବାଚନ ମଧ୍ୟରେ ଘଟିଗଲା ବଡ଼ ଅଘଟଣ

ନୂଆଦିଲ୍ଲୀ: ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଓଡ଼ିଶାରେ ମେ ୧୩ରୁ ଚାରି ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ନିଜ କ୍ଷେତ୍ରମାନଙ୍କରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ରାଜନୈତିକ ଦଳ ସହ ସମ୍ପୃକ୍ତ ଜଣେ ନେତାଙ୍କୁ ହତ୍ୟା କରାଯାଇଛି ।

ସୂଚନା ମୁତାବକ, ଛତିଶଗଡ଼ରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ନାରାୟଣପୁରର ବଖରୁପାରାରେ କିଛି ଅଜ୍ଞାତ ବ୍ୟକ୍ତି ଜଣେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କଂଗ୍ରେସ ନେତା ବିକ୍ରମ ବୈସଙ୍କୁ ୩ ଜଣ ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ଗୁଳିମାଡ଼ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବିକ୍ରମ ବ୍ଲକ କଂଗ୍ରେସ ଉପାଧ୍ୟକ୍ଷ ପଦରେ ରହିଥିଲେ । ନାରାୟଣପୁର ଏସପି ଏ ବାବଦରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.