ନାଗପୁରରେ ୧୩୯ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ନିଜର ୧୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ଦଳ ନାଗପୁରରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଗଡ଼ କୁହାଯାଉଥିବା ‘ହେଁ ରେଡି ହମ୍’ ନାମକ ଏକ ବିଶାଳ ରାଲି ମାଧ୍ୟମରେ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବ। ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧି ଉଦବୋଧନ ଦେବେ।

ଏହି ବିଶାଳ ରାଲି କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନାଗପୁରରେ ଅନୁଷ୍ଠିତ ହେଉଛି, ଯେଉଁଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟାଳୟ ଅବସ୍ଥିତ । ଡ. ଭୀମରାଓ ଆମ୍ବେଦକର ଏହି ଦୀକ୍ଷାଭୂମିରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ବୁଧବାର ସଭାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଏହା ଦେଶବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ। କେନ୍ଦ୍ରରେ ବିଜେପିକୁ ପରାସ୍ତ କରିବା ପାଇଁ ପରିବର୍ତ୍ତନର ବାର୍ତ୍ତା ଦେବ।

ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସମ୍ବିଧାନ ଓ ଗଣତନ୍ତ୍ରର ୪ଟି ସ୍ତମ୍ଭ ବିପଦରେ ପଡ଼ିଛି। ଏହି ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା କଂଗ୍ରେସ ଦଳର ଦାୟିତ୍ୱ। ଜରୁରୀକାଳୀନ ପରିସ୍ଥିତି ପରେ (ତତ୍କାଳୀନ ପ୍ରଧାନମନ୍ତ୍ରୀ) ଇନ୍ଦିରା ଗାନ୍ଧୀ ନାଗପୁରରେ ଏକ ସାଧାରଣ ସଭା କରିଥିଲେ ଏବଂ କଂଗ୍ରେସ ବିଦର୍ଭରୁ ସମସ୍ତ ଆସନ ଜିତିଥିଲା। ନାଗପୁରରେ ଇତିହାସର ପୁନରାବୃତ୍ତି ହେବ ଏବଂ ଦେଶରେ ଏକ ବଡ଼ ‘ପରିବର୍ତ୍ତନ’ ଆସିବ। ଏପରି କହିଛନ୍ତି କଂଗ୍ରେସ କର୍ମୀ।