fbpx

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ, ୨୨ା୨: ପୁଡ଼ୁଚେରୀରେ ଭାଙ୍ଗିଲା ଭି. ନାରାୟଣସାମୀଙ୍କ କଂଗ୍ରେସ ସରକାର । ପୁଡ଼ୁଚେରୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ କଂଗ୍ରେସ ଅସଫଳ । କଂଗ୍ରେସ ସରକାରଙ୍କ ପାଖରେ ବହୁମତ ନଥିବା ଆଜି ବାଚସ୍ପତି ଘୋଷଣା କରିଛନ୍ତି । ବିଧାନସଭାରେ ଆସ୍ଥା ଭୋଟ୍ରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସାମୀ । ଫଳରେ ମୁଖ୍ୟମନ୍ତ୍ରୀ ଓ ସମର୍ଥକ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି ।

ତେବେ ପୁଡୁଚେରୀ ଉପରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି ନାରାୟଣସାମୀ । ପୁଡୁଚେରୀରେ ଆଉ ୨ ମାସ ପରେ ବିଧାନସଭା ନିର୍ବାଚନ ହେବାର ଅଛି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଜାରି ସମ୍ଭାବନା ରହିଛି ।

Get real time updates directly on you device, subscribe now.