fbpx

କଳାକାରଙ୍କୁ ନିମନ୍ତ୍ରଣକଲେ ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ, ବିଜେପିକୁ ଟାର୍ଗେଟ କରି ଏପରି କହିଲା କଂଗ୍ରେସ

Advertisement

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସଂସଦର ନୂଆ ବିଲଡିଂର ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରି ନଥିଲା ବିଜେପି। ହେଲେ ବିଜେପି ସିନେମା କଳାକାରଙ୍କୁ ନିମନ୍ତ୍ରଣ କରିଥିଲା ବୋଲି ଦାବି କରିଛନ୍ତି ଖଡଗେ। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନରେ ଆୟୋଜିତ ଏକ ସଭାରେ ଖଡଗେ କହିଛନ୍ତି, “ଏହା ରାଷ୍ଟ୍ରପତିଙ୍କ ପ୍ରତି ଘୋର ଅପମାନ। କଂଗ୍ରେସରେ ସବୁ ସଂପ୍ରଦାୟରେ ଲୋକ ଅଛନ୍ତି। ବିଜେପି କାହାକୁ ବି ନିଜ ପାଖକୁ ଆସିବାକୁ ଦିଏ ନାହିଁ। ରାଷ୍ଟ୍ରପତି ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଧିକାର କରିଛନ୍ତି। ତାଙ୍କୁ ନ ଡାକିବା ପଛର କାରଣ କ’ଣ?” ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ବିଜେପି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରିନଥିଲା।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସଂସଦର ନୂଆ ବିଲଡିଂ ଶିଳାନ୍ୟାଶ ବେଳେ ଡକା ଯାଇ ନଥିବା କଥା ମଧ୍ୟ ଖଡଗେ ଉଠାଇଛନ୍ତି। ଅଛୁଆଁ ଭାବ ଯୋଗୁ ତାଙ୍କୁ ନିମନ୍ତ୍ରଣ କରା ଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ। କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ ଅଣାଯାଇଛି। ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ମେଣ୍ଟ କରିବାରୁ ବିଜେପି ମହିଳା ସଂରକ୍ଷଣ ବିଲ ଆଣି ନୂଆ ଭେଳିକି କରୁଛି। ମହିଳା ସଂରକ୍ଷଣ ବିଲ୍‌ର ପ୍ରାବଧାନ ଏବେ ଲାଗୁ ହେବନାହିଁ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.