fbpx

ଗୋଆରେ ବାଜି ମାରିବ କି କଂଗ୍ରେସ? ୪୦ରୁ ୨୦ଟି ସିଟରେ ଆଗୁଆ

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ବଡ଼ ବଡ଼ ହେଭିୱେଟ ନେତାଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ଗୋଆରେ ପରିସ୍ଥିତି ବଦଳିଯାଇଛି ଓ ସେଠାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଦେଖିବାକୁ ମିଳିଛି । ୪୦ଟି ଆସନରୁ ୨୦ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ଏହା ସହ ବିଜେପି ମାତ୍ର ୧୬ଟି ସିଟରେ ଆଗୁଆ ରହିଛି । ଗୋଆରେ ବହୁମତ ପାଇଁ ୨୧ଟି ସିଟ୍ ଆବଶ୍ୟକ । ଟିଏମସି ଗଠବନ୍ଧନ ୪ଟି ଆସନରେ ଆଗୁଆ ଥିବା ଜଣାପଡିଛି ।

ତେବେ କଂଗ୍ରେସ ୩୭ ଜଣ ପ୍ରାର୍ଥୀ ଏବଂ ଏହାର ସହଯୋଗୀ ଜିଏଫପି (ଗୋଆ ଫରୱାର୍ଡ ପାର୍ଟି) ୩ ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ବିଜେପି ସମସ୍ତ ୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି । AAP ୩୯ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଛି । ମମତାଙ୍କ ଟିଏମସି ୨୬ ଟି ସିଟରେ ପ୍ରାର୍ଥୀ ଦେଇଥିବା ବେଳେ MGP (ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି) ୧୩ ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଛି । ସେହିପରି ମୋଟ ୬୮ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମୈଦାନରେ ରହିଛନ୍ତି ।

Get real time updates directly on you device, subscribe now.