fbpx

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ ଏଥିରେ କ’ଣ ଲେଖା ରହିଛି

Advertisement

ଓଡିଶା ଭାସ୍କର: ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ୱିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଏହା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ଏହାକୁ ନେଇ କଂଗ୍ରେସ ଶନିବାର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ପ୍ରକାଶ କରିଛି। ଏହି ଲୋଗୋର ଦୁଇଟି ଅଂଶ ଅଛି ଯେଉଁଥିରେ ଲେଖା ଅଛି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’, ନ୍ୟାୟର ହକ୍‌ ମିଳିବା ପର୍ୟ୍ୟନ୍ତ। କଂଗ୍ରେସ ଏହାର ଅଫିସିଆଲ X (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ଟୁଇଟ୍‌ କରି ଏହାର ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇଛି। ଦଳ ଲେଖିଛି, ଆଜି କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ର ଲୋଗୋ ଉନ୍ମୋଚନ କରିଛନ୍ତି। ତେବେ ଲୋଗୋ ଉନ୍ମୋଚନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏହି ଯାତ୍ରା ଜାନୁଆରୀ ୧୪ ରୁ ଆରମ୍ଭ ହେବ। ଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ମୌଳିକ ପ୍ରସଙ୍ଗରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାରିବ।

Congress Reveals Logo and Slogan for 'Bharat Jodo Nyay Yatra' - Himalayan  Express

ଏଠାରେ କହି ରଖୁଛୁ ଯେ, ରାହୁଲଙ୍କ ଏହି ଯାତ୍ରା ଓଡ଼ିଶାର ୪ ଜିଲ୍ଲା ଦେଇ ଯିବ ବୋଲି ସୂଚନା ରହିଛି। ଏଥିସହ ଓଡ଼ିଶାର ୩୪୧ କିଲୋମିଟର ଦେଇ ରାହୁଲଙ୍କ ଯାତ୍ରା ଅତିକ୍ରମ କରିବ ବୋଲି ଜଣାପଡିଛି। ସେହିପରି ଏଥିରେ ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ବୋଲି ଜଣାପଡିଛି। ଏହି ଯାତ୍ରା ଦ୍ୱାରା ୨୦୦୯ ମସିହାରେ ଦଳ ଜିତିଥିବା ବାଲେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ୬ଟି ଲୋକସଭା ଆସନରେ ପ୍ରଭାବ ପଡ଼ିବ ବୋଲି ଓଡିଶା କଂଗ୍ରେସ ଆଶା ବାନ୍ଧିଛି। ତେବେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପର୍ୟ୍ୟାୟ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବରେ ଦଳ ଦକ୍ଷିଣ ଭାରତରେ ସଫଳତା ପାଇଥିବା ଦେଖିବାକୁ ମିଳିଥିଲା। ଏଣୁ ବର୍ତ୍ତମାନ ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ଓଡିଶା କଂଗ୍ରେସକୁ କେତେ ସଫଳତା ଆଣିଦେବ ତାହା କେବଳ ସମୟ କହିବ।

Get real time updates directly on you device, subscribe now.