fbpx

ଗାନ୍ଧୀ ପରିବାର ଛାଡନ୍ତୁ କଂଗ୍ରେସର ନେତୃତ୍ୱ: ସୋନିଆଙ୍କ ଉପରେ ଖପ୍ପା ଆଉ ଜଣେ କଂଗ୍ରେସ ଅନୁଗତ

Advertisement

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଉ ଜଣେ କଂଗ୍ରେସ ଅନୁଗତ । ଗାନ୍ଧୀ ପରିବାର ହାତରୁ କଂଗ୍ରେସର ନେତୃତ୍ୱ କଢାଯାଇ ଅନ୍ୟ କାହା ହାତରେ ଦିଆଯିବା ଆବଶ୍ୟକ ବୋଲି କହିବା ସହିତ ସିଧା ସଳଖ ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି । ଏକଦା କଂଗ୍ରେସ ତଥା ଗାନ୍ଧୀ-ନେହେରୁ ପରିବାରର ସବୁଠାରୁ ଘନିଷ୍ଠ ଥିବା କପିଲ ସିବଲ୍ ଏଭଳି ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସର ବିଫଳତା ପାଇଁ ଗାନ୍ଧୀ ପରିବାରକୁ ଦୋଷାରୋପ କରିବା ସହିତ ସିଧାସଳଖ ସମାଲୋଚନା ମଧ୍ୟ କରିଛନ୍ତି । ୧୩୦ ବର୍ଷର ଇତିହାସରେ ଏହା କଂଗ୍ରେସର ସବୁଠାରୁ ଖରାପ ସମୟ ବୋଲି କହିଛନ୍ତି ସିବଲ୍ । ଏହା ସହିତ ନେତୃତ୍ୱ ପରିବର୍ତ୍ତନ ନହେଲେ ଏହି ସମସ୍ୟା ଆହୁରି ଗମ୍ଭୀର ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି । ପୂର୍ବରୁ କଂଗ୍ରେସରେ ସୁଧାର ଦାବି କରିବା ସହିତ ବିଦ୍ରୋହୀ ଜି-୨୩ ଗ୍ରୁପର ନେତୃତ୍ୱ ନେଇଥିଲେ ସିବଲ୍ ।

ବିଗତ ୮ ବର୍ଷ ଧରି କଂଗ୍ରେସର ଅଧୋପତନ ଜାରି ରହିଥିଲେ ହେଁ ଗାନ୍ଧୀ ପରିବାର ଏଥିରୁ ଶିକ୍ଷା ଲାଭ କରୁନାହାନ୍ତି । ସମାନ ଅଭିଯୋଗ ନେଇ ୨୦୨୦ରେ କପିଲ ଜି-୨୩ରେ ଚିଠି ଲେଖିଥିଲେ ହେଁ ଏହାର କୌଣସି ପରିଣାମ ବାହାରି ନଥିଲା । ଏହା ସହିତ ସେ ସମସ୍ତଙ୍କ ପାଇଁ କଂଗ୍ରେସ ଦଳ ଚାହାନ୍ତି ମାତ୍ର ବର୍ତ୍ତମାନ ଏହା କେବଳ ଗୋଟିଏ ପରିବାରରେ ସୀମିତ ରହିବା ମୋତେ କଷ୍ଟ ଦେଉଛି ବୋଲି କହିଛନ୍ତି ସିବଲ । ଏହା ସହିତ ସିବଲ୍ କହିଛନ୍ତି ନେତୃତ୍ୱକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଅନେକ ବିଧାୟକ ଏବଂ ସାଂସଦ ଦଳ ଛାଡୁଛନ୍ତି । ୨୦୧୪ ପରଠାରୁ ୧୭୭ ଜଣ ସାଂସଦ ଓ ୨୨୨ ବିଧାୟକ ଦଳ ଛାଡି ସାରିଲେଣି । ମାତ୍ର ଶୀର୍ଷ ସ୍ତରୀୟ ନେତୃତ୍ୱଙ୍କର ଏଥିପ୍ରତି ନିଘା ନାହିଁ ବୋଲି କହିଛନ୍ତି । ଗାନ୍ଧୀ ପରିବାର ହାତରୁ ନେତୃତ୍ୱ ନଯିବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ ବୋଲି ସିବଲ କହିଛନ୍ତି ।

Get real time updates directly on you device, subscribe now.