fbpx

ଜେଲରୁ ମୁକୁଳିବା ପରେ ଆରମ୍ଭ ହେଲା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ବୟାନବାଜି.. ପଞ୍ଜାବକୁ ଦେଶର ଢାଲ ଏବଂ ରାହୁଲ ଗାନ୍ଧୀକୁ ଦେଶର କ୍ରାନ୍ତି କହିଲେ

Advertisement

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ପଟିଆଲା ଜେଲରୁ ମୁକ୍ତ ହେବା ପରେ ପୁଣି ବୟାନବାଜିକୁ ନେଇ ଚର୍ଚ୍ଚକୁ ଆସିଛନ୍ତି । ସେ ଜେଲରୁ ମୁକୁଳିବା ମାତ୍ରେ ରାହୁଲ ଗାନ୍ଧୀକୁ ଦେଶର କ୍ରାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଜାଣେ ଯେତେବେଳେ ଦେଶରେ ଏକଛତ୍ରବାଦୀ ଶାସନ ଆସେ, ସେତେବେଳେ ବିପ୍ଳବ ମଧ୍ୟ ଆସେ। ଏଥର ଏହି ବିପ୍ଳବର ନାମ ହେଉଛି ରାହୁଲ ଗାନ୍ଧୀ। ଗଣତନ୍ତ୍ର ଉପରେ ଆଜି ବିଶୃଙ୍ଖଳା ହେବାରେ ଲାଗିଛି । ପଞ୍ଜାବ ହେଉଛି ଦେଶର ଢାଲ ବା ସୁରକ୍ଷା ବଳୟ ଏବଂ ଏହାକୁ ଭାଙ୍ଗିବା ପାଇଁ ଉଦ୍ୟମ ଚାଲିଛି। ଯେଉଁମାନେ ପଞ୍ଜାବକୁ ଦୁର୍ବଳ କରନ୍ତି ସେମାନେ ନିଜେ ଦୁର୍ବଳ ହୋଇଯିବେ। ସିଦ୍ଧୁ କହିଛନ୍ତି ଯେ ମୁଁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସାଥିରେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି , କଂଗ୍ରେସ କର୍ମୀମାନେ ବରଫ ନୁହଁନ୍ତି ଯାହା ତରଳି ଯିବ। ସେମାନେ ଆଜି ମଧ୍ୟ ଠିଆ ହୋଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଠିଆ ହୋଇଥିବେ । ସେଥିପାଇଁ ମୁଁ କହୁଛି କେବଳ ସତ୍ୟର ସ୍ୱର ସଠିକ୍ ଅଟେ ।

ଉଲ୍ଲେଖନୀୟ ଯେ, ସଡ଼କ ରାଗ ମାମଲାରେ ୫୯ ବର୍ଷୀୟ ସିଦ୍ଧୁ ଏକ ବର୍ଷ ଜେଲଦଣ୍ଡ ଭୋଗୁଥିଲେ। ଅନ୍ୟପଟରେ ତାଙ୍କ ପତ୍ନୀ କ୍ୟାନସର ରୋଗରେ ପୀଡିିତ ଥିଲେ । ସିଦ୍ଧୁ ଜେଲରୁ ମୁକୁଳିବା ପୂର୍ବରୁ ଏବଂ ସେ ଅବରେସନ୍ ହେବା ପାଇଁ ଯିବା ପୂର୍ବରୁ ଅନେକ ଭାବପ୍ରବଣ ଟ୍ୱିଟ କରିଥିଲେ ।

Get real time updates directly on you device, subscribe now.