fbpx

ପ୍ରଧାନମନ୍ତ୍ରୀଙ୍କୁ ପକେଟ୍ ମାର୍ ସହ ତୁଳନା କରି ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପକେଟ୍ ମାର୍ ସହ ତୁଲନା କରି ଦେଇଥିବା ମନ୍ତବ୍ୟକୁ ନେଇ ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କୁ ଝଟକା ଦେଲେ ଦିଲ୍ଲୀ ହାଇକୋର୍ଟ। ଏପରି ବୟାନ ଦେବା ଠିକ୍ ନୁହେଁ ବୋଲି କହିଛନ୍ତି କୋର୍ଟ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ନିର୍ବାଚନ କମିଶନଙ୍କୁ ୮ ସପ୍ତାହ ମଧ୍ୟରେ ଏହି ମାମଲାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପକେଟ୍ ମାର୍ ଏବଂ ଅଶୁଭ ମୋଦୀ ବୋଲି ମନ୍ତବ୍ୟ ଦେଇଥିଲେ।

ରାହୁଲ ଗାନ୍ଧି ନଭେମ୍ବର ୨୧ରେ କହିଥିଲେ, ପିିିିିଏମ୍ ମୋଦି ଅର୍ଥ ମୋଦି। ମୋଦି ଟିଭିରେ ଆସି ହିନ୍ଦୁ-ମୁସଲମାନ କହିଥାନ୍ତି ତ କେତେବେଳେ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଆନ୍ତି। ତୁମେ ହାରିଯିବା ଏକ ଭିନ୍ନ କଥା। ମୋଦିଙ୍କ କାମ ହେଉଛି ଆପଣଙ୍କ ଧ୍ୟାନ ହଟାଇବା । ସେଠାରେ ଦୁଇଟି ପକେଟ୍ ମାର୍ ଅଛନ୍ତି, ଗୋଟିଏ ଆସି ଆପଣଙ୍କ ସାମ୍ନାରେ ଆପଣଙ୍କ ସହ କଥାବାର୍ତ୍ତାରେ ଧ୍ୟାନ ହଟାଇଲା ବେଳେ ଆଉଜଣେ ପଛପଟୁ ପକେଟ୍ ମାରି ନେଇଯାଆନ୍ତି। ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛଥିଲେ ରାହୁଲ ଗାନ୍ଧି । ପିଏମ ମୋଦି ମଧ୍ୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଦେଖିବାକୁ ଆସିଥିଲେ ।

Get real time updates directly on you device, subscribe now.