ନୂଆଦିଲ୍ଲୀ:କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ଙ୍କ ପକ୍ଷରୁ କଙ୍ଗନା ରନୌତଙ୍କ ଉପରେ ଟିପ୍ପଣୀ ପରେ ଏବେ କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ହେମା ମାଳିନୀଙ୍କ ଉପରେ ଏପରି ଟିପ୍ପଣୀ କରିଛନ୍ତି । ସୁରଜୱାଲାଙ୍କ ବୟାନକୁ ନେଇ ଏବେ ବିଜେପି ଶିବିରରେ ଉତ୍ତେଜନା ଦେଖାଦେଇଛି । କଙ୍ଗନା ରନୌତ ସୁରଜୱାଲାଙ୍କ ବୟାନର ଭିଡିଓ ସେୟାର କରି କଂଗ୍ରେସ ଦଳକୁ କଡା ସମାଲୋଚନା କରିଛନ୍ତି ।
ହେମା ମାଳିନୀ ମଧ୍ୟ ସୁରଜୱାଲାଙ୍କ ବୟାନ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ହରିୟାଣା କେଥଲରୁ କଂଗ୍ରେସର ବରିଷ୍ଠ ନେତା ସୁରଜୱାଲା ବୁଧବାର କୁରୁକ୍ଷେତ୍ର ଲୋକସଭା ନିର୍ବାଚନ ଲାଗି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିଲେ । ଏହି ସମୟରେ ସେ ହେମା ମାଳିନୀଙ୍କ ଉପରେ ବୟାନ ରଖିଥିଲେ ଯାହାକୁ ନେଇ ଏବେ ବିବାଦ ଉଠିଛି । ପୁରା ମାମଲାର ଭିଡିଓ ଭାଇରାଲ୍ ହେବା ପରେ ଏବେ ସୁରଜୱାଲା ନିଜ ବୟାନ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ।
भाजपा की IT Cell को काट-छांट, तोड़-मरोड़, फ़र्ज़ी-झूठी बातें फ़ैलाने की आदत बन गई है, ताकि वो हररोज़ मोदी सरकार की युवा विरोधी, किसान विरोधी, गरीब विरोधी नीतियों-विफलताओं व भारत के संविधान को ख़त्म करने की साज़िश से देश का ध्यान भटका सके।
पूरा वीडियो सुनिए – मैंने कहा "हम तो… pic.twitter.com/hEtJYaswzE
— Randeep Singh Surjewala (@rssurjewala) April 4, 2024
ସାଂସଦ ସୁରଜୱାଲା କେଥଲରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ କହିଥିଲେ, ‘ଆମେ ଲୋକଙ୍କୁ ବିଧାୟକ, ସାଂସଦ କାହିଁକି କରୁଛୁ । ଆମେ ହେମାମାଳିନୀ ତ ନୋହୁଁ ଯେ, ଚାଟିବା ପାଇଁ ବନାଉଛୁ । ପରେ ସେ ଏହି ବୟାନ ଉପରେ ସ୍ପଷ୍ଟୀକରଣ ଦେଇଥିଲେ ଓ ବିଜେପି ଉପରେ ଅଭିଯୋଗ ଲଗାଇଥିଲେ । ସେ କହିଥିଲେ ବିଜେପିର ଆଇଟି ସେଲ୍ ମିଛ ଓ ଭୁଲ୍ ଖବର ପ୍ରସାର କରିବାରେ ମାହିର ହୋଇଯାଇଛି । ଏହା ଭାରତର ସମ୍ବିଧାନକୁ ଧ୍ୱଂସ କରିଦେବାକୁ ବିଭିନ୍ନ ପ୍ରକାର ଯୋଜନା ଚଳାଇ ଲୋକଙ୍କ ଧ୍ୟାନକୁ ଭ୍ରମିତ କରୁଛି । ହେମା ମାଳିନୀଙ୍କ ପ୍ରସଙ୍ଗରେ ସେ କହିଛନ୍ତି, ମୁଁ ତାଙ୍କୁ ବହୁତ ସମ୍ମାନ କରେ । ସେ ଧର୍ମେନ୍ଦ୍ରଜୀଙ୍କୁ ବିବାହ କରିଛନ୍ତି । ସେ ଆମର ବୋହୂ ପରି । ତେଣୁ ମୁଁ ତାଙ୍କର ଅପମାନ କରିନାହିଁ । ଅନ୍ୟପକ୍ଷରେ ବିଜେପି ନିଜେ ମହିଳା ବିରୋଧୀ ହୋଇଥିବାରୁ ସେ ଆମର ସମସ୍ତ ମନ୍ତବ୍ୟକୁ ମହିଳାଙ୍କ ବିରୋଧରେ ବୋଲି କହୁଛି ।
ତେବେ ସୁରଜୱାଲାଙ୍କ ଏପରି ବୟାନ ଉପରେ ହେମାମାଳିନୀ କହିଛନ୍ତି, ତାଙ୍କ ଦଳ ସୁରଜୱାଲାଙ୍କ ବୟାନ ଉପରେ ଯାହା କାର୍ଯ୍ୟାନୁଷ୍ଠାନ ନେବ । ଅନ୍ୟପକ୍ଷରେ ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କଙ୍ଗନା ରାଣାୱତ କହିଛନ୍ତି , କଂଗ୍ରେସ ମହବତର ଦୋକାନ ନୁହେଁ ନଫରତର ଦୋକାନ ଖୋଲିଛି । ମହିଳାଙ୍କ ପ୍ରତି ହୀନମନ୍ୟତା ରଖିଥିବା କଂଗ୍ରେସର ଚରିତ୍ର ଦିନକୁ ଦିନ ପତନ ଆଡକୁ ଗତି କରୁଛି ।