କଂଗ୍ରେସ ନେତା ୟୂନୁସ ଚୌଧୁରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସୋସିଆଲ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କଂଗ୍ରେସ ନେତାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓକୁ ନେଇ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଭିଡିଓଟି ବାଗପତ କଂଗ୍ରେସ ଜିଲ୍ଲାଧ୍ୟକ୍ଷ ୟୂନୁସ ଚୌଧୁରୀଙ୍କର ବୋଲି କୁହାଯାଉଛି। ସେ ଛପରୋଲି ବିଧାନସଭାର ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶା ଭାସ୍କର ଏହି ଭିଡିଓର ସତ୍ୟତାକୁ ପୃଷ୍ଟି କରିନାହିଁ।

ବାଗପତର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ଏବଂ ଛପରୋଲି ବିଧାନସଭାର ପୂର୍ବତନ ପ୍ରାର୍ଥୀ ୟୂନୁସ ଚୌଧୁରୀ ଏକ ଅଶ୍ଳୀଳ ଭିଡିଓରେ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ସଚିନ ଗୁପ୍ତା ନାମକ ବ୍ୟକ୍ତି ଆଶ୍ଚର୍ଯ୍ୟଜନକ ଭିଡିଓକୁ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ବାଗପତ, ୟୁପିର କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ୟୂନୁସ ଚୌଧୁରୀ ଅଟନ୍ତି। ପ୍ରଥମେ ସେ ଏକ ମହିଳାଙ୍କୁ ନିଜ ଗୁପ୍ତାଙ୍ଗ ଦେଖାଉଛନ୍ତି, ପରେ ତାଙ୍କୁ ଅଶ୍ଳୀଳ ବ୍ୟବହାର କରୁଛନ୍ତି। ମହିଳା ତାଙ୍କୁ ଛାଡିଦେବାକୁ ନେହୁରା ହେଉଛନ୍ତି, ହେଲେ ସେ ଅଭଦ୍ର ବ୍ୟବହାର କରିବା ଜାରି ରଖିଛନ୍ତି। ସେ କହୁଛନ୍ତି ଯେ, ମାଉସୀ ଆସିଯିବେ, ମୋତେ ଛାଡିଦିଅ।

ସୋସିଆଲ ମିଡିଆରେ କଂଗ୍ରେସ ଜିଲ୍ଲାଧ୍ୟକ୍ଷ ୟୂନୁସ ଚୌଧୁରୀଙ୍କ ଭିଡିଓ ଭାଇରାଲ ହେବାପରେ ଭିନ୍ନ ଭିନ୍ନ କମେଣ୍ଟ ସାମ୍ନାକୁ ଆସିଛି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା କେଉଁ ନିଆଁ? ୧୦ ମିନିଟର ଖୁସି ପାଇଁ ଜଣେ ବ୍ୟକ୍ତି ନିଜର ସମସ୍ତ ସୀମା ଅତିକ୍ରମ କରିନେଉଛି, ନିଜ ଇଜ୍ଜତ, ସମ୍ମାନ, ଘର, ପରିବାର, କ୍ୟାରିୟର, ସବୁକିଛିକୁ ପଛରେ ପକାଇଦେଉଛି। ଯଦି ଏତେ ରାଗ ରହିଛି ତେବେ କୌଣସି ସେକ୍ସ ୱାର୍କର ପାଖକୁ ଯାଅ। ସେକ୍ସ ୱାର୍କରଙ୍କୁ ଆଇନ ସୁରକ୍ଷା ମିଳିବା ଆବଶ୍ୟକ।

ଅନ୍ୟ ଜଣେ ୟୁଜର କରିଛନ୍ତି ଯେ, କଂଗ୍ରେସର ମହବତର ଦୋକାନ। ଏପରି ଲୋକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଏହା ଏକ ଗମ୍ଭୀର ମାମଲା। ଏହି ଘଟଣାରେ କେବଳ ସାମାଜିକ ନୈତିକତାର ଉଲ୍ଲଘଂନ କରୁନାହିଁ, ଏଥିସହ ଆମ ସମାଜରେ ମହିଳାମାନଙ୍କ ବିରୋଧ ଯେକୌଣସି ହିଂସା ବା ନିର୍ଯାତନା ସହ୍ୟ କରାଯାଇପାରିବ ନାହିଁ। ଏପରି ଲୋକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।