‘ଆପ୍’କୁ କଡ଼ା ଟକ୍କର ଦେବ କଂଗ୍ରେସ, ‘3C’ ପ୍ଲାନ୍ ଫେଲ୍ କରିବ ବିରୋଧୀଙ୍କ ରଣନୀତି
ଦିଲ୍ଲୀ ନିର୍ବାଚନ ପାଇଁ ନୂଆ ଜୋଶ୍ ଏବଂ ଦୃଢ଼ ସଂକଳ୍ପ ସହ ଏକୁଟିଆ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିରୋଧୀଙ୍କ ଚାଲକୁ ଦୁର୍ବଳ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ ।
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଉଭୟ ସ୍ଥାନୀୟ ଏବଂ କେନ୍ଦ୍ରୀୟ ନେତୃବୃନ୍ଦ ପ୍ରସ୍ତୁତିରେ ବ୍ୟସ୍ତ ।
ଜାତୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଏହାର ପ୍ରଭାବକୁ ପୁନଃ ପ୍ରାପ୍ତି ଲକ୍ଷରେ ମିଳିତ ମୋର୍ଚ୍ଚା ପ୍ରଦର୍ଶନ କରୁଛନ୍ତି ।
ବିଶେଷକରି କଂଗ୍ରେସର ପୂର୍ବତନ ସହଯୋଗୀ ଆପ୍ ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛି ।
କଂଗ୍ରେସର ରଣନୀତିକ ଦୃଷ୍ଟି: ମଇଦାନରେ ଆପକୁ କଡ଼ା ଟକ୍କର ଦେବ କଂଗ୍ରେସ ।
ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିପାରେ କଂଗ୍ରେସ । ଆଉ ଏହାର ସିଧା ଫାଇଦା ମିଳିବ ବିଜେପିକୁ ।
‘ଆପ୍’ର ମୁକାବିଲା କରିବା ପାଇଁ କଂଗ୍ରେସ ‘3C’ ଉପରେ ଫୋକସ୍ କରୁଛି ।
‘3C’ କ’ଣ?
ଜନସାଧାରଣଙ୍କ ଭାବନା ଜାଣିବା ପାଇଁ ରାଜନୈତିକ ଦଳ ନିରନ୍ତର ସିଟ୍-ଟୁ-ସିଟ୍ ସର୍ଭେ ଉପରେ ନିର୍ଭର କରୁଛନ୍ତି ।
ଏପରି ସ୍ଥିତିରେ ଦଳଗୁଡ଼ିକ ଭୋଟରଙ୍କ ବଦଳୁଥିବା ପ୍ରାଥମିକତା ସହ ତାଳ ଦେବା ଉଚିତ । ଏହି ‘୩ଉ’ ହେଲା କ୍ୟାଣ୍ଡିଡେଟ୍, କନ୍ସଟିଟୁଏନ୍ସି ଏବଂ କ୍ୟାମ୍ପେନ୍ ।
ମଜବୁତ ଅଭିଯାନ: ଦିଲ୍ଲୀ ନିର୍ବାଚନରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ଅଂଶଗ୍ରହଣ ଦର୍ଶାଉଛି କି ସେମାନେ ଏହାକୁ କେତେ ଗମ୍ଭୀରତାର ସହ ନେଇଛନ୍ତି ।
ରାହୁଲ ଗାନ୍ଧୀ ଭଳି ଶୀର୍ଷ ପାର୍ଟି ନେତା ଏବଂ ଅନ୍ୟ ରାଜ୍ୟର ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପ୍ରଚାରରେ ସାମିଲ କରି ଦଳର ଅଭିଯାନକୁ ଆହୁରି ଦୃଢ଼ କରିବ ।