fbpx

କଂଗ୍ରେସର ‘ମିଶନ୍ ବିଧାନସଭା’ ଆରମ୍ଭ, ୩ଟି ରାଜ୍ୟର ୨୬୧ଟି ଆସନ ଉପରେ ରାହୁଲ ଗାନ୍ଧୀଙ୍କ ନଜର

Advertisement

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ବର୍ତ୍ତମାନ ବିଧାନସଭାର ୨୬୧ଟି ଆସନ ଉପରେ ରାହୁଲ ଗାନ୍ଧୀଙ୍କ ନଜର ରହିଛି । ଚଳିତ ବର୍ଷ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଗାନ୍ଧୀ ଆକ୍ସନ ମୋଡରେ ଅଛନ୍ତି । ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାହୁଲ ଏବେ ଠାରୁ ମାନସ ମନ୍ଥନ ପାଇଁ ବ୍ୟସ୍ତ ରହୁଥିବାର ଦେଖାଦେଇଛି ।

ଏକଦା ଗୋଟିଏ ନିର୍ବାଚନ ଶେଷ ହେବା ପରେ ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ବିଜେପିର ରଣନୀତି ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ରାହୁଲ ଏହି ନୀତିରେ ଚାଲିଛନ୍ତି । ଆଗାମୀ କିଛି ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାହୁଲ ରଣନୀତିଜ୍ଞଙ୍କ ସହ ମିଶି ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ରାହୁଲ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟ ନେତାଙ୍କ ସହ ଆଲୋଚନା ମଧ୍ୟମରେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ସେହି ରାଜ୍ୟରେ ଦଳ ଏକାକୀ ବା ମେଣ୍ଟ କରି ନିର୍ବାଚନ ଲଢ଼ିବ । କହିରଖୁଛୁ ହରିୟାଣାରେ ବିଧାନସଭାର ୯୦, ଖାଡ଼ଖଣ୍ଡରେ ୮୧ ଏବଂ ଜାମ୍ମୁ କାଶ୍ମୀରରେ ୯୦ଟି ଆସନ ରହିଛି । ତେବେ ୩ଟି ରାଜ୍ୟରେ ମୋଟ୍ ୨୬୧ଟି ଅସନ ରହିଛି । କେବଳ ବିଧାନସଭା ନୁହେଁ ବରଂ ଆଗାମୀ ୪ ବର୍ଷରେ ହରିୟାଣା ଏବଂ ଝାଡ଼ଖଣ୍ଡରେ ୭ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଏଠାରୁ ଯିଏ ଜିତିବ ରାଜ୍ୟସଭା ଆସନ ସିଏ ପାଇବ । ରାଜ୍ୟସଭାରେ ଏନଡିଏର ସମୀକରଣକୁ ବିଗାଡ଼ିବା ପାଇଁ ରାହୁଲ କେବଳ ବିଧାନସଭା ନୁହେଁ ବରଂ ରାଜ୍ୟସଭା ରଣନୀତି ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.