fbpx

କଟକ,କଂଗ୍ରେସ ଆଉ କଳି:ମୋକିମ ଆଉ ଶରତଙ୍କ କଳିରେ କଂଗ୍ରେସର ପଡୁଛି ବଳି…

ଭୁବନେଶ୍ୱର:କ୍ରାନ୍ତି ଦିବସ ଠାରୁ କଂଗ୍ରେସ ତାର ପଦଯାତ୍ରା ଆରମ୍ଭ କରିଛି । ପଞ୍ଚାୟତକୁ ପଞ୍ଚାୟତ ,ଗାଁ ଙ୍କୁ ଗାଁ ବୁଲି ତାର ପ୍ରଚାର ପ୍ରସାର କରୁଛି । କିନ୍ତୁ ଏପଟେ କଂଗ୍ରେସ ଘର ଉଜୁଡିବାକୁ ବସିଲାଣି । କଂଗ୍ରେସରେ ବର୍ତ୍ତମାନ ଇସ୍ତଫାର ସୁଅ ଚାଲିଛି । ଖଞ୍ଜା ସଜାଉଥିବା କଂଗ୍ରେସର ବର୍ତ୍ତମାନ ଛାତ ଉଡିବାକୁ ବସିଲାଣି । ଏଇ କିଛି ଦିନ ତଳେ କଂଗ୍ରେସର ବରିଷ୍ଠ ଅଧିକାରୀ ମାନେ ଦଳ ଛାଡିଥିବା ବେଳେ ଗତକାଲି ଯୁବ ନେତା ମାନେ ଦଳ ଛାଡିଛନ୍ତି । ଆହୁରି ମଧ୍ୟ କହିଛନ୍ତିି ଆମେ ଯୁବ ପିଢ଼ୀ ଆଉ କଂଗ୍ରେସରେ ଆମକୁ ଆମର କିଛି ଭବିଷ୍ୟତ ଦିଶୁ ନାହିଁ ।

ସୂଚନାମୁତାବକ ଗତକାଲି ପାଖାପାଖି ୫୦ ରୁ ଅଧିକ ଯୁବ ନେତା ମାନେ ଦଳ ଛାଡିଛନ୍ତି । ତେବେ ଏହି ଘଟଣାରୁ ଯାହା ଜଣା ପଡୁଛି କଟକରେ କଂଗ୍ରେସର ସ୍ଥିତି କିଛି ଭଲ ନାହିଁ । ଦଳ ତାର ନୀତି ଆଉ ଆଦର୍ଶ କୁ ରକ୍ଷା କରିବା ଦୂର କଥା ଏହି ପରିପ୍ରେକ୍ଷୀରେ କାମ କରୁ ନାହିଁ ବୋଲି ଯୁବକର୍ମୀ ମାନେ କହିଛନ୍ତି । କିନ୍ତୁ ସେପଟେ ପିସିସି ସେମାନଙ୍କୁ ଦଳରେ ରହିବାକୁ ଅନୁରୋଧ କରିଛନ୍ତି । କହିଛନ୍ତି ବର୍ତ୍ତମାନ ସମୟରେ କଂଗ୍ରେସ ଛାଡନ୍ତୁ ନାହିଁ । ଏହା ଛଡା ଯେଉଁ ମାନେ ଦଳ ଛାଡିଛନ୍ତି ଦୟା କରି ଦଳକୁ ଫେରି ଆସନ୍ତୁ । ମୁଁ ସେମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି । ବର୍ତ୍ତମାନ ନିଜର ସ୍ୱାର୍ଥ ନଦେଖି ରାଜ୍ୟର ସ୍ୱାର୍ଥକୁ ଅଧିକ ପ୍ରାଧ୍ୟାନ୍ୟ ଦିଅନ୍ତୁ ।

ବର୍ତ୍ତମାନର ସ୍ଥିତି ଦେଖି ଲାଗୁଛି କଂଗ୍ରେସର ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଆଉ କିଛି ଖାସ ଭଲ ବୁଝାମଣା ନାହିଁ । କାରଣ କିଏ ଦଳକୁ ଫେରିବାକୁ କହୁଥିବା ବେଳେ ଆଉ କିଏ କହୁଛି କିଛି ଦରାକର ନାହିଁ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି କଂଗ୍ରେସ ଦଳ ହେଉଛି ହିମାଳୟ । ଆଉ ଏହି ଦଳରେ ମୋକିମ ଭଳି ନେତା ହେଉଛନ୍ତି ଟେକା ସଦୃଶ । କେତେ ନେତା ଦଳ ଛାଡୁଛନ୍ତି , ସେଥିରେ କୌଣସି ଅସୁବିଧା ନାହିଁ । ସୁର ଏହା ସହିତ ପ୍ରଦୀପ ମାଝୀଙ୍କର ଉଦାହରଣ ମଧ୍ୟ ଦେଇଛନ୍ତି ।
ତେବେ ଗତକାଲି ପିସିସି କଟକର ନଗର କଂଗ୍ରେସ ସଭାପତି ଆସନରୁ ଗିରିବାଳାଙ୍କୁ ହଟାଇ ସୁରେଶ ମହାପାତ୍ର ଙ୍କୁ ଦାଇତ୍ୱ ଦେଇଥିଲା । କଟକ ମହାନଗର ନିଗମ ପାଇଁ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କୁ ନିର୍ବାଚନ ଲଢ଼ିବାକୁ ମଉକା ଦିଆଯାଇଥିିଲା । କଟକ ମହାନଗର ନିଗମ ଭଳି ନିର୍ବାଚନରେ ଦଳ ଯାହା ଉପରେ ଏତେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିଲା ତାଙ୍କୁ ନଗର ସଭାପତି ଆସନରୁ ହଟାଇବାର ଉଦ୍ଦେଶ୍ୟ କିଛି ଜଣା ପଡୁନାହିଁ ।

ସେପଟେ ମୋକିମ କହିଛନ୍ତି ନିଷ୍ପତ୍ତି ଯାହା ନେଉଁଛନ୍ତି ପିସିସି ନେଉଛନ୍ତି ,ମୋର ଏଥିରେ କୌଣସି ମତ ନାହିଁ । ମୁଁ ସର୍ବଦା କଟକବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଛି ଆଉ ଆଗକୁ ମଧ୍ୟ ଲଢ଼ିବି । କଟକବାସୀଙ୍କ ପାଇଁ କାର୍ଯ୍ୟକରୁଛି ଆଉ , ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରଖିବି ।
ତେବେ ନଗର ସଭାପତି ବଦଳାଇ ମୋକିମଙ୍କୁ ଝଟକା ଦେଇଛନ୍ତି ଶରତ । ବର୍ତ୍ତମାନ ମୋକିମ ଆଉ ଶରତଙ୍କ ମଧ୍ୟରେ ଯେଉଁ ବିବାଦ ଲାଗି ରହିଛି ତାହା ପାଇଁ କଂଗ୍ରେସ ତାର ଅସ୍ତିତ୍ୱ ହରାଇବସିବ ବୋଲି ରାଜନୈତିକ ପଣ୍ଡିତ ମାନେ ଚର୍ଚ୍ଚା କରୁଛନ୍ତି । ଦଳକୁ ଯଦି ରାଜ୍ୟରେ ତିଷ୍ଠି ବାର ଅଛି ତେବେ ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ଏକଜୁଟ ହୋଇ କାମ କରିବାକୁ ପଡିବ । ନହେଲେ ପରିଣାମ ବହୁତ ହିଁ ଖରାପ ହେବ ।

Get real time updates directly on you device, subscribe now.